fbpx

U-19 Women World Cup: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତ ଗୌରବ ଅର୍ଜନ କରିଛି । ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ୍ । ଇଣ୍ଟରନ୍ୟାସନାଲ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ପ୍ରଥମ ଥର ପାଇଁ ମହିଳା ୟୁ-୧୯ ବିଶ୍ୱକପ୍ ଆୟୋଜନ ହେଉଛି । ଆସନ୍ତା ୨୯ ତାରିଖରେ ଭାରତ ଫାଇନାଲ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ୧୦୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜର୍ଜିଆ ପ୍ଲିମର ସର୍ବାଧିକ ୩୫ ଓ ଇସାବେଲା ଗାଜେ ୨୬, ଇଜି ଶାର୍ପ ୧୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ଭାରତ ପକ୍ଷରୁ ପର୍ଶାଭୀ ଚୋପ୍ରା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୧୪.୨ ଓଭରରେ ୨ ୱିକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ୱେତା ସେରାୱାତ ସର୍ବାଧିକ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଆନ୍ନା ବ୍ରାଉନିଂ ୨ଟି ୱିକେଟ ହାସଲ କରିଥିଲେ । ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ବିଜେତାକୁ ଭାରତ ଫାଇନାଲରେ ଭେଟିବ । ଚଳିତ ଇଭେଣ୍ଟରେ ଭାରତ ଏଯାବତ ମୋଟ ୬ଟି ମ୍ୟାଚ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି ।

Get real time updates directly on you device, subscribe now.