fbpx

VIDEO: ରାଗରେ ଫ୍ୟାନ୍‌ଙ୍କ ମୋବାଇଲ୍‌ ଛଡ଼ାଇ ଫିଙ୍ଗିଦେଲେ ରଣବୀର, ଟ୍ରେଣ୍ଡ କରୁଛି #AngryRanbirKapoor

ମୁମ୍ବାଇ: କପୁର ପରିବାରର ଉତ୍ତରାଧିକାରୀ ରଣବୀର କପୁର ଏଥର ଏକ ଭିଡିଓ ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ରଣବୀର କପୁର ନିଜେ ସୋସିଆଲ ମିଡିଆରେ ନାହାଁନ୍ତି ସତ, କିନ୍ତୁ ତାଙ୍କ ଭିଡିଓ ଏବଂ ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ । ନିକଟରେ ରଣବୀର କପୁରଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରଣବୀର ତାଙ୍କର ଜଣେ ପ୍ରଶଂସକଙ୍କ ମୋବାଇଲ୍ ଫୋନ୍ ଫୋପାଡିଥିବାର ନଜର ଆସିଛନ୍ତି।

ଏହି ଭିଡିଓ ପଛରେ ସତ୍ୟ କ’ଣ, କେବଳ ରଣବୀର କପୁର ଜାଣିଥିବେ। କିନ୍ତୁ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଟ୍ରୋଲରମାନେ କହିଛନ୍ତି ଯେ, ରଣବୀର କପୁର ରାଗରେ ଜାଣିଶୁଣି ଏପରି କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ #AngryRanbirKapoor ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ପ୍ରଶଂସକ ରଣବୀର କପୁରଙ୍କ ସହ ବାରମ୍ବାର ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ। ବାସ୍‌ ଏତିକିରେ ରାଗିଯାଇଥିଲେ ରଣବୀର । ସେ ଉକ୍ତ ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇଥିଲେ, କିନ୍ତୁ ପରେ ତାଙ୍କ ମୋବାଇଲ ଛଡାଇ ଆଣି ଫିଙ୍ଗି ଦେଇଥିଲେ। ଏହି ସମସ୍ତ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା।

ସୋଶାଲ ମିଡିଆରେ ରଣବୀରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଭିନ୍ନ ଭିନ୍ନ କମେଣ୍ଟ ସାମ୍ନାକୁ ଆସିଛି। ଜଣେ ୟୁଜର୍ସ କମେଣ୍ଟ କରି ରଣବୀରଙ୍କୁ ଅତ୍ୟନ୍ତ ଖରାପ କହିବା ସହ ପ୍ରଶଂସକଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ଜାଣିନାହିଁ ବୋଲି କହିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏହି ଭିଡିଓକୁ ବିଜ୍ଞାପନର ଅଂଶ ବୋଲି କହୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.