ଗୁଜୁରାଟ ପ୍ରଶ୍ନପତ୍ର ଲିକ; ମାଲକାନଗିରି ଶିକ୍ଷକ ଗିରଫ

ଭୁବନେଶ୍ୱର: ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି ।

ସୂଚନା ଅନୁଯାୟୀ, ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁ ପ୍ରଶ୍ନପତ୍ର ଲେଖି ଗୁଜରାଟ ପଠାଇଥିଲେ । ତେଣୁ ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗୁଜୁରାଟର ଏକ ଟିମ୍ ମାଲକାନଗିରି ପୋଲିସ ସହାୟତାରେ ଗିରଫ କରିଥିବା ସୂଚନା ମିଳିଛି ।

ନିକଟରେ, ରବିବାରଦିନ ଗୁଜରାଟର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ଭଦୋଦରା ଠାରୁ ୧୫ ଅଭିଯୁକ୍ତଙ୍କୁ ପ୍ରଶ୍ନପତ୍ର ସହିତ ଗିରଫ କରିଥିଲା । ଯାହାପାଇଁ ଗତକାଲି ହେବାକୁ ଥିବା ପଞ୍ଚାୟତ ଜୁନିଅର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଗୁଜରାଟ ଜାମନଗରରେ ଏହି ପରୀକ୍ଷା ପାଇଁ ମୋଟ ୨୬,୮୮୨ ଛାତ୍ର ପଞ୍ଜୀକୃତ ହୋଇଥିବା ବେଳେ ସାରା ଗୁଜରାଟ ରାଜ୍ୟରେ ୭,୦୦,୦୦୦ ରୁ ଅଧିକ ଲୋକ ଏହି ପରୀକ୍ଷାରେ ବସିବା ପାଇଁ ଆଶା କରାଯାଉଥିଲା । ହେଲେ ପ୍ରଶ୍ନ ପତ୍ର ଲିକ ଯୋଗୁଁ ଏହି ପରୀକ୍ଷାର୍ଥୀ ମାନେ ଅସୁବିଧାର ଶିକାର ହୋଇଛନ୍ତି ।