fbpx

୧୩ରେ ମୁମ୍ବାଇରେ ହେବ ମହିଳା ଆଇପିଏଲ୍ ଖେଳାଳି ନିଲାମ, ଓଡ଼ିଶାରୁ ୨୦ ଜଣ ଖେଲାଳିଙ୍କ ନାମ ପଞ୍ଜିକୃତ

ଭୁବନେଶ୍ୱର: ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ମାର୍ଚ୍ଚରେ ଖେଳାଯିବ । ଏଥିପାଇଁ ଖେଳାଳି ନିଲାମ ଫେବୃଆରୀ ୧୩ରେ ମୁମ୍ବାଇରେ ହେବ । ଏଥିରେ ୫ଟି ଦଳ ଅହମ୍ମଦାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗଲୋର, ଦିଲ୍ଲୀ କ୍ୟାପିଟାଲ ଏବଂ କାପ୍ରି ଗ୍ଲୋବାଲ ଖେଳିବେ । ମହିଳା ଆଇପିଏଲ୍ ପ୍ରତି ଦିନକୁ ଦିନ ଉତ୍ସାହ ବଢିବାରେ ଲାଗିଛି । ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଦ୍ୟାବିଧୀ ୧୦୦୦ରୁ ଅଧିକ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜିକୃତ କରିସାରିଲେଣି ।

୧୩ରେ ମୁମ୍ବାଇରେ ହେବାକୁ ଥିାବ ନିଲାମରେ ସର୍ବାଧିକ ୯୦ ଜଣ ଖେଳାଳିଙ୍କୁ୫ ଫ୍ରାଞ୍ଚାଇଜି କିଣିପାରିବେ । ତେଣୁ ୯ ଶହରୁ ଅଧିକ ଖେଳାଳି ନିରାଶ ହେବା ଏକ ପ୍ରକାର ନିଶ୍ଚିତ । ଖେଳାଳି କିଣିବା ପାଇଁ ଗୋଟିଏ ଦଳ ସର୍ବାଧିକ ୧୨ କୋଟି ଟଙ୍କା ବ୍ୟୟ କରିପାରିବ । ଫଳରେ କିଛି ଖେଳାଳି କୋଟିପତି ହେବା ନିଶ୍ଚିତ । ତେବେ ଏହି ନିଲାମିରେ ଓଡ଼ିଶାର ୨୦ ଜଣ ଖେଲାଳିଙ୍କ ନାମ ପଞ୍ଜିକୃତ କରାଯାଇଛି । ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ପୁର୍ବତ୍ତନ ଭାରତୀୟ ଉପ୍‌ନର ମାଧୁରୀ ମେହେଟ୍ଟା । ମାଧୁରୀଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ରଖାଯାଇଛି । ନିଲାମ ପାଇଁ ବିସିସିଆଇ ୫ଟି ମୂଳ ମୂଲ୍ୟ ରଖିଛି । ଏହା ହେଉଛି ୫୦ ଲକ୍ଷ, ୪୦,୩୦,୨୦ ଏବଂ ୧୦ ଲକ୍ଷ । ଆନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ଖେଳାଳିଙ୍କୁ ୨୦ ଏବଂ ୧୦ ଲକ୍ଷ ବେସ୍‌ ପ୍ରାଇସ୍‌ରେ ରଖା ଯାଇଛି ।

Get real time updates directly on you device, subscribe now.