fbpx

୨୯ ଜାଲ୍ କମ୍ପାନୀ ଜରିଆରେ ଷ୍ଟକ୍ ଠକେଇ, ୧୦ଦିନରେ ୧୧୮ବିଲିୟନ ଡଲାର ହରାଇଲାଣି ଆଦାନି ଗ୍ରୁପ୍‌

ନୁଆଦିଲ୍ଲୀ: ଆମେରିକାର ରିସର୍ଚ୍ଚ କମ୍ପାନୀ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲି ଯାଇଛି। ଏହି ପ୍ରସଙ୍ଗରେ ଏବେ ଭାରତୀୟ ସେୟାର ବଜାର ଏବଂ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅନେକ ଭାରତୀୟ ବ୍ୟାଙ୍କ ସମେତ ବିଭିନ୍ନ କମ୍ପନୀର ସେୟାର ମୂଲ୍ୟ ହ୍ରାସ ପାଇଛି। ଭାରତୀୟ ନିବେଶକମାନେ ଏଥି ପାଇଁ ବିପୁଳ କ୍ଷତି ମଧ୍ୟ ସହିଲେଣି।

ଆଦାନୀ ଗ୍ରୁପ୍ ବିରୁଦ୍ଧରେ ହିଣ୍ଡେନ୍‌ବର୍ଗ ଯେଉଁ ରିପୋର୍ଟ ଆଣିଛି, ସେଥିରେ କୁହାଯାଇଛି ଯେ, ଗୌତମ ଆଦାନୀ ପ୍ରାୟ ୨୯ ଜାଲ୍ କମ୍ପାନୀ ସୃଷ୍ଟି କରି ସେହି କମ୍ପାନୀ ଜରିଆରେ କମ୍ପାନୀର ସେୟାରକୁ ଅଧିକ ମୂଲ୍ୟରେ କ୍ରୟ କରି ନିଜ କମ୍ପାନୀର ସେୟାର ମୂଲ୍ୟକୁ ଅଯଥାରେ ବୃଦ୍ଧି କରିଛନ୍ତି। ଏହି ପ୍ରକ୍ରିୟାରେ ଆଦାନୀ ଗ୍ରୁପ୍ ନିବେଶକଙ୍କଠାରୁ ବିପୁଳ ଟଙ୍କା ଠକି ନେଇଛି। ଏଥି ପାଇଁ ଆଦାନୀ ଗ୍ରୁପ୍ ଟିକସ୍ ଦେବାକୁ ପଡ଼ୁ ନଥିବା ଦେଶ ଗୁଡ଼ିକରେ ଏହି ଜାଲ୍ କମ୍ପାନୀ ସବୁ ଖୋଲିଥିଲେ। ଉକ୍ତ ଦେଶ ଗୁଡ଼ିକ ହେଉଛି ୟୁଏଇ, ମରିସସ୍ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଆଦିରେ ରହିଛି।

ଏହିଭଳି ଭାବେ ଜାଲ୍ କାଗଜପତ୍ର ବ୍ୟବହାର କରି ଆଦାନୀ ଗ୍ରୁପ୍ ପ୍ରାୟ ୪.୫ ବିଲିୟନ ଡଲାର ମୂଲ୍ୟର ଏହି କମ୍ପାନୀ ସ୍ଥାପନ କରିଥିବା ହିଣ୍ଡେନ୍‌ବର୍ଗ ରିପୋର୍ଟରେ କୁହାଯାଇଛି। ଆଦାନୀ ଗ୍ରୁପ୍ ପକ୍ଷରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି। ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଦେଶର ବିଭିନ୍ନ ପ୍ରମୁଖ ବ୍ୟାଙ୍କ ସମେତ ଏଲ୍‌ଆଇସି ଗୌତମ ଆଦାନୀଙ୍କ ସମୁହ ୨.୫ ଲକ୍ଷ କୋଟି ଟଙ୍କାର ଋଣ ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଯେ, ଗତ ୧୦ ଦିନ ମଧ୍ୟରେ ଆଦାନୀ ସମୁହର ଷ୍ଟକ୍ ମାର୍କେଟରେ ସେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଏକଦା ଗୌତମ ଆଦାନି ବିଶ୍ୱର ତୃତୀୟ ଧନୀ ବ୍ୟକ୍ତିଭାବେ ପରିଚିତ ହେଉଥିବା ବେଳେ ୧୦ଦିନ ମଧ୍ୟରେ ସେ ଟପ୍ ୨୦ରୁ ମଧ୍ୟ ବାଦ୍ ପଡିଛନ୍ତି। ହିଣ୍ଡେନବର୍ଗର ରିପୋର୍ଟ ପୂର୍ବରୁ ଆଦାନୀ ଗ୍ରୁପ୍‌ର ସମ୍ପତ୍ତି ମୂଲ୍ୟ ୨୧୭ବିଲିୟନ ଡଲାର ରହିଥିଲା। ତେବେ ୧୦ଦିନ ଭିତରେ ଏହା ୧୧୮ ବିଲିୟନ ଡଲାର ହ୍ରାସ ପାଇଛି। ଏବେ ମାର୍କେଟରେ ଆଦାନୀ ଗ୍ରୁପ୍ ପାଖରେ ମାତ୍ର ୯୯ବିଲିୟନ ଡଲାରର ସମ୍ପତ୍ତି ରହିଛି । ଆଦାନୀ ଗ୍ରୁପ୍ ଏହି ରିପୋର୍ଟ ଯୋଗୁଁ ୫୦ପ୍ରତିଶତ ସମ୍ପତ୍ତି ହରାଇ ସାରିଲାଣି।

ଗତ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିଲା। ଏହା ପରଠାରୁ ଆଦାନୀ ଗ୍ରୁପ୍ ପକ୍ଷରୁ ଲୋକଙ୍କ ଭରସା ତ୍ରୁଟିବାରେ ଲାଗିଛି। ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆଦାନୀ ଗ୍ରୁପ୍‌ର କ୍ଷତି ଭାରତର ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ନାହିଁ । ବୈଦେଶିକ ମୁଦ୍ରା ଭଣ୍ଡାର ଗତ ଦୁଇଦିନରେ ବୃଦ୍ଧି ପାଇଁ ୮ମିଲିୟନ ଡଲାରରେ ପହଞ୍‌ôଚ ବୋଲି ସେ ସୂଚନା ଦେଇଛନ୍ତି। ବଜାରରେ ଆଇପିଓ, ଏଫ୍‌ପିଓର ଯିବା ଆସିବା ଲାଗି ରହିଛି। ତେବେ ଆଦାନୀ ମାମଲାରେ ଭାରତର ଛବି କୌଣସି ପରିବର୍ତ୍ତନ ହୋଇ ନଥିବା ସୀତାରମଣ ସ୍ପଷ୍ଟ କରିଛନ୍ତି।

Get real time updates directly on you device, subscribe now.