fbpx

୩୧ ମାର୍ଚ୍ଚ ପୂର୍ବରୁ ଏହି ଗାଡ଼ି ଚାଲିବନି ରାସ୍ତାରେ, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ

ଭୁବନେଶ୍ୱର: ବିଭିନ୍ନ ସରକାରୀ ବିଭାଗ, ରାଜ୍ୟ ପବ୍ଲିକ ସେକ୍କର ଅଣ୍ଡର ଟେକିଙ୍ଗ, ସଂଗଠନ, ସ୍ୱଂୟଶାସିତ ପରିଷଦ ଏବଂ ୟୁଏଲବି ଇତ୍ୟାଦି ଅଧିନରେ ଥିବା ସମସ୍ତ ଯାନ ଗୁଡ଼ିକ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉଦ୍ଧ୍ୱର୍ ସେହି ଗାଡ଼ି ଗୁଡ଼ିକ ୩୧ ମାର୍ଚ୍ଚ ପରେ ରାସ୍ତାରେ ଚାଲି ପାରିବ ନାହିଁ ଏବଂ ସେହି ଗାଡ଼ି ଗୁଡ଼ିକୁ ଆରଭିଏସଏଫ ଅଧୀନରେ ରଦ୍ଧ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଉଷା ପାଢୀ ଏହି ବାଦରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ, କମିଶନର ସଚିବ ମାନଙ୍କୁ ଚିଠି ଲେଖିଛନ୍ତି ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ ପାଢ଼ୀ କହିଛନ୍ତି ଯେ, ଯେଉଁ ଯାନର ପ୍ରାରମ୍ଭିକ ପଞ୍ଜୀକରଣ ତାରିଖଠାରୁ ପନ୍ଦର ବର୍ଷ ବିତିଗଲାଣି ସେହି ମୋଟର ଯାନର ପଞ୍ଜୀକରଣ ପ୍ରମାଣପତ୍ର ଶେଷ ହେବ।ସେ ଚିଠିରେ ଲେଖିଛନ୍ତି ଯେ, ପୂନର୍ବାର ନିବେଦନ କରାଯାଉଛି ଯେ, ‘ସମସ୍ତ ଯାନ ପରିଚାଳନା ବିଭାଗ ଅଧିନରେ ଯେଉଁ ଗାଡ଼ିକ ୧୫ ବର୍ଷ ପଞ୍ଜୀକରଣ ବିତି ଗଲାଣି ସେହି ଗାଡ଼ିକୁ ୩୧ ମାର୍ଚ୍ଚ ପୂର୍ବରୁ ବନ୍ଦ କରାଯିବ ।

ଏହାପରେ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି ସେ ଏହି ଗାଡ଼ି ମାନଙ୍କର ସମସ୍ତ ରେଜିଷ୍ଟ୍ରେସନକୁ ବାତିଲ୍ କରିବ ।’ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଏହି ଚିଠିରେ ସୂଚନା ଦେଇଛନ୍ତି । ରାଜ୍ୟପାଇଁ ଥିବା ନୋଡ଼ାଲ ଅଧିକାରୀ ଜଏଣ୍ଟ କମିଶନର ଟ୍ରାନ୍ସପୋର୍ଟ ଏହି କାର୍ଯ୍ୟକୁ ଅଧିକ ସୁଗମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.