fbpx

ମଧୁମେହ ରୋଗୀ ସାବଧାନ! ୪ଟି ଭୁଲ ଅଭ୍ୟାସ କରନ୍ତୁ ନାହିଁ

ଆଜିକାଲି ମଧୁମେହ ରୋଗ ଅତି ସାଧାରଣ ହୋଇଗଲାଣି । ଘରେ ଘରେ ମେଧୁମେହ ରୋଗଙ୍କ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ବୟସ ବଢିବା ସହ ପରିବାରରେ ଯଦି ଅନ୍ୟ କେହି ମଧୁମେହ ରୋଗରେ ପୀଡିତ ତେବେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଜୀବନଶୈଳୀ ଏବଂ ଖାଦ୍ୟପାନୀୟ ମଧ୍ୟ ରୋଗର ଅନ୍ୟ ଏକ କାରଣ ହୋଇପାରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଛୋଟ ଛୋଟ ଭୁଲ ଏହି ରୋଗର ମୁଖ୍ୟ କାରଣ ହୋଇପାରେ । ଆଉ ଯେଉଁମାନଙ୍କୁ ଏହି ରୋଗ ହୋଇସାରିଛି ସେମାନେ ମଧ୍ୟ ଖାଦ୍ୟପାନୀୟ ପ୍ରତି ସଚେତନ ରହିବା ଆବଶ୍ୟକ ।

ହ୍ୱାଇଟ୍ ବ୍ରେଡ୍: ଯଦି ସକାଳ ଭୋଜନରେ ଆପଣ ହ୍ୱାଇଟ୍ ବ୍ରେଡ୍ ଖାଉଛନ୍ତି ତେବେ ତାହାକୁ ତୁରନ୍ତ ବନ୍ଦ କରନ୍ତୁ । କାରଣ ହ୍ୱାଇଟ୍ ବ୍ରେଡ୍‌ରେ ରିଫାଇନ୍‌ଡ କାର୍ବସ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବିସ୍କୁଟ, ପାସ୍ତା, ମିଠା, କେକ୍ , ପେଷ୍ଟ୍ରି , ସଫା ଧଳା ଚାଉଳର ଭାତ ଏବଂ କୋଲ ଡ୍ରିଙ୍କ୍‌ସ ଭଳି ଖାଦ୍ୟପାନୀୟ ଠାରୁ ଦୂରରେ ରୁହନ୍ତୁ ।

ସକାଳ ଭୋଜନ ନଖାଇବା: ଯଦି ଆପଣ ମଧୁମେହ ରୋଗୀ ତେବେ ଆପଣ ଖାଦ୍ୟପାନୀୟ ସହ ଏହାର ସମୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ । ଏହି ରୋଗୀଙ୍କୁ ଅଧିକ ସମୟ ଖାଲି ପେଟରେ ରହିବା ଉଚିତ୍ ନୁହେଁ । ସେମାନଙ୍କ ପାଇଁ ସକାଳ ଖାଦ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯେଉଁମାନେ ସକାଳ ଭୋଜନ କରନ୍ତି ନାହିଁ ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ଅଧିକ ସମୟ ବସି ରହିବା: ଏହି ରୋଗୀଙ୍କ ପାଇଁ ଅଧିକ ସମୟ ବସି ରହିବା ଠିକ୍ ନୁହେଁ । ଶରୀରିକ ଗତିବିଧି ଏମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଏକ ସର୍ଭେରୁ ଜଣାପଡିଥିଲା ଯେ, ଜୀବନଶୈଳୀ ଏବଂ ଶରୀରିକ ପରିଶ୍ରମ କମ୍ କରୁଥିବା ଲୋକମାନଙ୍କ ଠାରେ ଟାଇପ୍ ୨ ଡାଇବେଟିଜ୍ ହେବାର ସମ୍ଭାବନା ଅଧିକ ଥାଏ ।

ନିସଙ୍ଗ ରହିବା : କରୋନା ମହାମରୀର ପ୍ରାୟ ଏକ ବର୍ଷ ପରେ ଅମେରିକାରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଥିଲା ଯେ, ଅଧିକ ସମୟ ଏକାକୀ ରହିବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ରହିଛି । ଯେଉଁମାନେ ଅନ୍ୟମାନଙ୍କ ସହ ମିଶନ୍ତି ବା କଥାବାର୍ତ୍ତା ହୁଅନ୍ତି ନାହିଁ ସେମାନଙ୍କ ପାଖରେ ଟାଇପ୍ ୨ ଡାଇବେଟିଜ୍ ହେବାର ସମ୍ଭାବନା ଅଧିକ ଥାଏ ।

Get real time updates directly on you device, subscribe now.