fbpx
BSKY
BJD SHG SKY
BJD YOUTH SKY

WHO ର ଦାବି: ତୁର୍କୀ ଓ ସିରିୟାରେ ମୃତ୍ୟୁସଂଖ୍ୟା ୮ ଗୁଣ ବଢିବ

ନୂଆଦିଲ୍ଲୀ : ତୁର୍କୀ, ସିରିଆ, ଇସ୍ରାଏଲ୍ ଏବଂ ଲେବାନନରେ ଭୂକମ୍ପ ତାଣ୍ଡବ ରଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ପାଞ୍ଚ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଦାବି କରାଯାଇଛି ଯେ, ଏହି ମୃତ୍ୟୁ ସଂଖ୍ୟା ଆଠ ଗୁଣ ଅଧିକ ବଢିପାରେ। ଆହତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ସୋମବାର ତୁର୍କୀରେ କ୍ରମାଗତ ୩ଥର ଏବଂ ମଙ୍ଗଳବାର ସକାଳେ ଭୟଙ୍କର ଭୂକମ୍ପ ଘଟିଛି। ଏଥିସହିତ ସିରିଆ, ଇସ୍ରାଏଲ୍ ଏବଂ ଲେବାନନରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଭୂମିକମ୍ପ ଯୋଗୁଁ ଅନେକ ଲୋକ ବାସହୀନ ହୋଇଛନ୍ତି । ଥଣ୍ଡା ହେତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ବାସହୀନ, ଭୂମିହୀନ ଏବଂ ଆହତଙ୍କୁ ଦୃଷ୍ଟିରେ ରଖି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଭୂକମ୍ପ ସ୍ଥଳରେ ଭାରତୀୟ ଏନ୍‌ଡିଆରଏଫ୍ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତୁର୍କୀରେ ଏପର୍ଯ୍ୟନ୍ତ ୭୩୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୧୩ ହଜାର ୨୯୩ ଜଣ ଆହତ ହୋଇଛନ୍ତି । ସିରିୟାରେ ସିରିୟାରେ ୭୮୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୩୪୧୧ ବୋଲି ଜଣାପଡିଛି । ୧୦ଟି ସହରରେ ୧୭୦୦ରୁ ଅଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି ।

Get real time updates directly on you device, subscribe now.