fbpx
BSKY
BJD MC SKY
BJD YOUTH SKY

ତୁର୍କୀରେ ପହଞ୍ଚିଲା ଭାରତୀୟ ଏନ୍‌ଡିଆରଏଫ୍ ଟିମ୍‌

ନୂଆଦିଲ୍ଲୀ : ତୁର୍କୀରେ ପହଞ୍ଚିଛି ଭାରତୀୟ ଏନ୍‌ଡିଆରଏଫ୍ ଟିମ୍ । ରିଲିଫ୍ ସାମଗ୍ରୀ ସହ ୫୦ରୁ ଅଧିକ ଉଭୟ ମହିଳା ଏବଂ ପୁରୁଷ କର୍ମୀ ଏହି ଟିମ୍ ରେ ସାମିଲ ଅଛନ୍ତି । ଉଦ୍ଧାରକାରୀ ଦଳ, ଚିକିତ୍ସକ ଦଳ, ତାଲିମପ୍ରାପ୍ତ ଡଗ୍ ସ୍କ୍ୱାଡ, ଅନ୍ୟାନ୍ୟ ଡ୍ରିଲିଙ୍ଗ ଉପକରଣ ଏବଂ ଔଷଧପତ୍ର ଭାରତ ପକ୍ଷରୁ ପଠାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସୀୂଚନାଯୋଗ୍ୟ, ତୁର୍କୀରେ ଗତ ଦୁଇ ଦିନ ମଧ୍ୟରେ ୪ଥର ଭୂକମ୍ପ ଝଟକା ଅନୁଭୂତ ହୋଇ ସାରିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ପ୍ରଥମ ଭୂକମ୍ପର କେନ୍ଦ୍ର ସ୍ଥଳ କହରାମନମାରସ ନିକଟ ଗାଜିୟାଟେପ ସହରରୁ ୩୦ କିମି ଦୂରରେ ହୋଇଥିଲା । ସ୍ଥାନୀୟ ସମୟ ଅନୁସାରେ ଏହା ପ୍ରାୟ ସକାଳ ୪ଟା ୧୭ ମିନିଟରେ ହୋଇଥିଲା । ଏହାର ତୀବ୍ରତା ଥିଲା ୬.୭ ।

ଏହାର ୧୧ ମିନିଟ ପରେ ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଠିକ୍ ୧୯ ମିନିଟ୍ ପରେ ଅନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଥିଲା ୫.୬ । ଏହା ପରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୬ । ଏପର୍ଯ୍ୟନ୍ତ ୫୦୦୦ ରୁ ଉର୍ଦ୍ଧ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.