fbpx

ପିତାରୁ ମିଠା ହୋଇଛି ଚକୋଲେଟ୍ ! ଜାଣନ୍ତୁ ଏହାର ପୁରା ଇତିହାସ

ପ୍ରତିବର୍ଷ ଫେବୃଆରୀର ଦ୍ୱିତୀୟ ସପ୍ତାହକୁ ଭାଲେଣ୍ଟାଇନ୍ ୱିକ୍ ଭାବରେ ପୁରା ବିଶ୍ୱରେ ପାଳନ କରାଯାଏ । ଯିଏ ଯାହାକୁ ଭଲ ପାଏ ତା ପ୍ରତି ଥିବା ଭାବନାକୁ ଏହି ସପ୍ତାହରେ ବ୍ୟକ୍ତ କରେ । ଗୋଟିଏ କିମ୍ବା ଦୁଇ ଦିନ ନୁହେଁ, ୭ରୁ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଧରିଏହି ଉତ୍ସବ ଚାଲେ । ଏହାର ଆରମ୍ଭ ହୁଏ ରୋଜ ଡେ ରୁ । ପରେ ପ୍ରପୋଜ ଡେ, ଚକୋଲେଟ୍ ଡେ, ଟେଡି ଡେ, ପ୍ରମିଜ୍ ଡେ, ହଗ୍ ଡେ, କିସ୍ ଡେ ଶେଷରେ ଭାଲେଣ୍ଟାଇନ୍ ଡେ ।

କାହିଁକି ପାଳନ ହୁଏ ଚକୋଲେଟ୍ ଡେ?
ଚକୋଲେଟ୍ ପାଇଁ ସମସ୍ତଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳେ । ଆଜିକାଲି ଏହାକୁ ବେଷ୍ଟ ଷ୍ଟ୍ରେସ୍ ବୁଷ୍ଟର ବୋଲି କୁହାଯାଉଛି । ଏହା ବ୍ୟତୀତ ଚକୋଲେଟ୍ କୁ ଆମେ ଉପହାର ଦେବାରେ ବ୍ୟବହାର କରୁ ଏବଂ କେତେକ ମେଡିସିନ୍ ରେ ମଧ୍ୟ ଏହାର ବ୍ୟବହାର କରାଯାଏ । କିନ୍ତୁ ଗୋଟେ ସମୟ ଏମିତି ବି ଥିଲା, ଲୋକେ ଚକୋଲେଟ୍ କୁ ଜାଣି ନଥିଲେ । ଏହାର ସ୍ୱାଦ ପିତା ମଧ୍ୟ ଥିଲା । ତେବେ ଚକୋଟେଲ୍ କେବେ ଓ କିଭଳି ଲୋକଲୋଚନକୁ ଆସିଲା ଏବଂ ଏହାର ସ୍ୱାଦ ମିଠା କିପରି ହେଲା, ଆସନ୍ତୁ ଜାଣିବା ଚକୋଲେଟ୍ ର ପୁରା ଇତିହାସ ବିଷୟରେ….

Delight Assorted Chocolate Box | Winni.in

 

ତଥ୍ୟ ଅନୁଯାୟୀ, ଚକୋଲେଟ୍ ଶବ୍ଦ ପୂର୍ବରୁ କେହି କେବେ ଶୁଣି ନଥିଲେ । ଏହି ଶବ୍ଦ ମାୟା ଏବଂ ଆଜଟେକ୍ ସଭ୍ୟତାରୁ ଆସିଛି । ଆଜଟେକ୍ ରେ ଚକୋଳେଟ୍ ଶବ୍ଦର ଅର୍ଥ ଖଟା କିମ୍ବା ପିତା ।
୪ ହଜାର ବର୍ଷ ପୂବେ ମେକ୍ସିକୋ ବାସନ୍ଦା ଏହାକୁ ଖୋଜି ବାହାର କରିଥିଲେ । ଏମାନେ ସର୍ବପ୍ରଥମେ ଆମାଜନ ବେସିନରେ ଏହି ଚକୋଲେଟ୍ ବୃକ୍ଷ ଖୋଜି ବାହାର କରିଥିଲେ । ସେବେତେବେଳ ଏହାର ସେବନ ଡ୍ରିଙ୍କ୍ସ ବା ପାନୀୟ ଜଳ ଭାବରେ କରାଯାଉଥିଲା । ଏହା ବ୍ୟବୀତ ଚକୋଲେଟର ମୁଦ୍ରା ଭାବରେ ମଧ୍ୟ କରାଯାଉଥିଲା ।

ମେକ୍ସିକୋରେ ଚକୋଲେଟରେ ଆବିଷ୍କୃତ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ସ୍ପେନର ରାଜା ଆଜଟେକୁ ପରାସ୍ତ କରି ନିଜ ସାମ୍ରାଜ୍ୟରେ ମିଶାଇଦେଲେ । ଯାହା ନ୍ୟୁ ସ୍ପେନ ନାମରେ ନାମିତ ହେଲା । ପ୍ପେନର ରାଜା ଚକୋଲେଟକୁ ଏତେ ପସନ୍ଦ କଲେ ଯେ ସେ କୋକୋ ମଞ୍ଜିକୁ ସ୍ପେନକୁ ନେଇଗଲେ । ଏହାକୁ ଲୋକପ୍ରିୟ ହେବା ପାଇଁ ବେଶୀ ସମୟ ଲାଗିଲାନାହିଁ ।

ଚକୋଲେଟରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଥିବା ଯୋଗୁଁ ଡାରକ୍ତମାନେ ଜ୍ୱରରୁ ଉପଶମ ପାଇଁ ଚକୋଲେଟ୍ ଖାଇବାକୁ ପରାମର୍ଶ ଦେଲେ । ପେନ୍ କିଲର ଭାବରେ ଏହାର ବ୍ୟବହାର କରାଗଲା ଏବଂ ବଦହଜମୀ ପାଇଁ ମଧ୍ୟ ଏହାର ବ୍ୟବହାର କରାଗଲା ।

ଆହୁରି ଶୁଣିବାକୁ ମିଳେ ଯେ, ଚକୋଲେଟ୍ ସ୍ୱାଦ ପିତା ଥିଲା । ୧୫୧୯ ମସିହାରେ ସ୍ପେନର ଏକ୍ସପ୍ଲୋର ହର୍ନାନ୍ କର୍ଟେସଙ୍କୁ ଚକୋଲେଟ୍ ପିଇବା ପାଇଁ ଦିଆଯାଇଥିଲା । ସେ ଏହାକୁ ତାଙ୍କ ସହ ସ୍ପେନ ନେଇଥିଲେ ଏବଂ ଭଲ ସ୍ୱାଦ ପାଇଁ ଏଥିରେ ଭାନିଲା, ଚିନି ଏବଂ ଡାଲଚିନ ମିଶାଇଥିଲେ ।

 

Common Chocolate Types and Varieties

୧୫୫୦ ମସିହାରେ, ୟୁରୋପରେ ପ୍ରଥମ ଥର ପାଇଁ ଜୁଲାଇ ୭ ରେ ଚକୋଲେଟ୍ ଡେ ପାଳନ କରାଯାଇଥିଲା । ଏହା ପରେ ଏହା ବିଶ୍ୱର ଅନେକ ଦେଶରେ ପାଳନ କରାଯିବା ଆରମ୍ଭ ହେଲା । ସ୍ୱାଦ ବଦଳାଇବା ପରେ ଚକୋଲେଟ୍ ସାରା ବିଶ୍ୱରେ ପସନ୍ଦ ହେବାକୁ ଲାଗିଲା ।

ଚକୋଲେଟ ଉପରେ ଏକ ପୁସ୍ତକ ବିଶେଷ ଲେଖା ହୋଇଛି । ଯାହାର ଲେଖକମାନେ ସୋଫି ଏବଂ ମାଇକେଲ୍ । ବହିର ନାମ ହେଉଛି ” True History of Chocolate ‘। ଏହି ପୁସ୍ତକରେ ଚକୋଲେଟ୍ କୁ ” The food of Gods ” ଅର୍ଥାତ୍ ଦେବତାଙ୍କ ଖାଦ୍ୟ ଭାବରେ ବର୍ଣ୍ଣନା କରାଯାଇଛି ।

 

 

Get real time updates directly on you device, subscribe now.