fbpx
BSKY
BJD MC SKY
BJD YOUTH SKY

ଏ କି ଦୃଶ୍ୟ ! ଗୋଟେ ପଟେ କାନ୍ଦରେ କମ୍ପୁଛି ନବଙ୍କ ପରିବାର, ସେପଟେ ଠୋ ଠୋ ମାରି ହସୁଛି ଗୋପାଳ

ଭୁବନେଶ୍ୱର:୨୯ ତାରିଖ ସମୟ ୧୨.୩ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଏକ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ତାଙ୍କୁ ଗୁଳିମାଡ କରାଗଲା । ଆଉ ଗୁଳିମାଡ ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଗଲା । ଏହାପରେ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଗଲା କିନ୍ତୁ ଦୁଃଖର ବିଷୟ ତାଙ୍କ ବଞ୍ଚିବା ସମ୍ଭବ ହୋଇ ପାରିଲା ନାହିଁ । ପ୍ରାୟ ସନ୍ଧ୍ୟା ୬ଟା ସମୟରେ ତାଙ୍କୁ ମୃତ ବୋଲି ଘୋଷଣା କରାଗଲା । ଏହା ପରେ ଯେପରି ସାରା ଓଡିଶା ସ୍ତବ୍ଧ ହୋଇଗଲା । ଦିନ ଦ୍ୱିପ୍ରହରରେ ମନ୍ତ୍ରୀଙ୍କୁ ଏଭଳି ହତ୍ୟା କରିବା କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଲା ।

ତେବେ ଏହି ଘଟଣାର ଅଭିଯୁକ୍ତ କେହି ସାଧାରଣ ବ୍ୟକ୍ତି ନଥିଲେ ବରଂ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଏଆଇସି ଥିଲେ ।ଯାହାଙ୍କ ନାମ ଏବେ ଆପଣ ପ୍ରତିଦିନ ଶୁଣିବାକୁ ପାଉଥିବେ । କେଉଁକାରଣରୁ ଗୋପାଳ ଦାସ ତାଙ୍କ ଉପରେ ଗୁଳି ମାଡ କରିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ କିନ୍ତୁ ଏହା ଭିତରେ ବିତିଯାଇଛି ୧୨ ଦିନ । ଆଜି ମନ୍ତ୍ରୀଙ୍କ ସ୍ମୃତିସଭା ହୋଇଥିବା ବେଳେ ମନ୍ତ୍ରୀଙ୍କର ସୁଅ ଛୁଟୁଛି । ଯେପରି ଅନ୍ତିମଯାତ୍ରା ସମୟରେ ବରିଷ୍ଠ ନେତା ମାନଙ୍କର ଗହଳି ଦେଖିବାକୁ ମିଳିଥିଲା ଠିକ ଆଜି ମଧ୍ୟ ଝାରସୁଗୁଡାର ସରବାହାଲ ସ୍କୁଲ ପଡିଆ ଠାରେ ବହୁ ମନ୍ତ୍ରୀଙ୍କ ଗହଳି ଲାଗି ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି ।

ତେବେ ଗୋଟିଏ ପରେ ପରିବାର ଆଖିରୁ ଲୁହ ଶୁଖୁ ନଥିବା ବେଳେ ଅଭିଯୁକ୍ତ ଗୋପାଳ ଠୋ ଠୋ ହୋଇ ହସୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଗୋପାଳକୁ ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟର ଗାନ୍ଧିନଗର ନିଆଯାଇଥିବା ବେଳେ ଯେଉଁ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି ସେଥିରେ ଗୋପାଳ ହସୁଛି । ଯାହା ଅନୁମାନ କରାଯାଉଛି ଗୋପାଳ ନିଜ ନାମରେ ପ୍ରସାରଣ ହେଉଥିବା ନ୍ୟୁଜ ସବୁ ପଢ଼ି ହସୁଛୁ । ଏଯାବତ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ଅନୁତାପର ଟିକିଏ ମଧ୍ୟ ଝଲକ ତା ଆଖିରେ ଦେଖାଯାଉ ନାହିଁ ।
ନବଙ୍କ ପାଇଁ ପରିବାର କାନ୍ଦି କାନ୍ଦି ବେଦମ ହେଉଥିବା ବେଳେ ଅଭିଯୁକ୍ତର ଏ ହସ କିଛି ଅଲଗା ସଙ୍କେତ ଦେଉଛି ।

ବାସ୍ତବରେ ଏହି ରହସ୍ୟମୟ ମୃତ୍ୟୁ ପଛରେ କାରଣ କଣ ରହିଛି ତାହା ଏଯାବତ କ୍ରାଇବ୍ରାଞ୍ଚ କିଛି ସୂତ୍ର ପାଉ ନାହିଁ । ତେଣୁ ମନ୍ତ୍ରୀଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ସମାଜ ସାମ୍ନାକୁ ଆଣିବା ନିହାତି ଆବଶ୍ୟକ, ତେବେ ଯାଇଁ ମନ୍ତ୍ରୀଙ୍କ ଆତ୍ମା ଶାନ୍ତି ପାଇବ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳି ପାରିବ । ଏହା ସହିତ ସାଧାରଣ ଲୋକ ମାନଙ୍କର ଯେଉଁ ପୋଲିସ ଉପରୁ ଧୀରେ ଧୀରେ ବିଶ୍ୱାସ ହଟିବାକୁ ବସିଲାଣି ତାହା ଉପରେ ମଧ୍ୟ ଏହା କିଛି ପ୍ରଭାବ ପକାଇବ ।

Get real time updates directly on you device, subscribe now.