fbpx

RBIର ବଡ଼ ଘୋଷଣା: ଦେଶର ୧୨ଟି ସହରରେ ଲଞ୍ଚ ହେବ QR Code ବେସଡ୍ Coin Vending Machine

ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ଦୈନନ୍ଦିନ ଜୀବନରେ ଏଟିଏମରୁ ନୋଟ୍ ବାହାର କରିଥିବେ । ତେବେ ଖୁବଶୀଘ୍ର ଆପଣ ଏଟିଏମରୁ ନିଜର ମନ ମୁତାବକ ଖୁଚୁରା କଏନ୍ କାଢ଼ିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଦେଶର ୧୨ଟି ସହରରେ କୁଆର କୋଡ ଆଧାରିତ କଏନ୍ ଭେଣ୍ଡିଂ ମେଶିନ୍ (କ୍ୟୁସିଭିଏମ) ଆରମ୍ଭ କରିବ ଆରବିଆଇ ।

ତେବେ ଦେଶର କେଉଁ ୧୨ଟି ସହରରେ ଏହି ସେବା ଉପଲବ୍ଧ ହେବ ସେନେଇ ଆରବିଆଇ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ଗ୍ରାହକମାନେ ଭେଣ୍ଡିଂ ମେଶିନରେ ୟୁପିଆଇ ମାଧ୍ୟମର କଏନ୍ ବାହାର କରିପାରିବେ । ତେବେ ପାଇଲଟ ପ୍ରୋଜେକ୍ଟ ଭାବେ ଏହି ଯୋଜନା ଆରମ୍ଭ କରାଯିବ । ଏହାର କାର୍ଯ୍ୟକାରିତାର ସୂଚନାକୁ ଆଧାର କରି କଏନ୍ ବଣ୍ଟନକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

ଆରବିଆଇର ମୁଦ୍ରା ନୀତି ସମିତି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଏନକୁ ଜନତାଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ଆରବିଆଇ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି । ତେବେ କିଛି ବଛା ବଛା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚୁଥିବା ଜି-୨୦ ଦେଶର ଯାତ୍ରୀଙ୍କୁ ପ୍ରଥମେ ଏହି ସୁବିଧା ପ୍ରଦାନ କରାଯିବ । ଭାରତକୁ ଆସୁଥିବା ସମସ୍ତ ବେପାରୀଙ୍କୁ ମଧ୍ୟ ୟୁପିଆଇର ଉପଯୋଗ କରିବାକୁ ଅନୁମତି ପ୍ରଦାନ ନେଇ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.