fbpx

ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଶାନ୍ତ କୁମାର ମହାନ୍ତି ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ୧୫ର ସବ-ସେକ୍ସନ (୩) ଅଧିନରେ ସୁଶାନ୍ତଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।

ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଏ ବାବଦରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତ ୨୦୦୫ ମସିହା ଅକ୍ଟୋବର ମାସରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୋଟିଫିକେସନ ନ. ୪୯୫/ ୨୦୦୫ରେ ଓଡ଼ିଶା ସୂଚନା କମିଶନ ଗଠନ କରାଯାଇଥିଲା । ପରେ ଉକ୍ତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ କମିଶନ କାର୍ଯ୍ୟକ୍ଷମ ହୋଇଥିଲା ।

ରାଜ୍ୟ ସୂଚନା କମିଶନ ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୪ ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଇଥାନ୍ତି । ରାଜ୍ୟ କମିଶନ, ସୂଚନା ଅଧିକାର ଅଧିନିୟମ ଧାରା-୧୮ ଅନୁଯାୟୀ ଅଭିଯୋଗଗୁଡ଼ିକ ଗ୍ରହଣ କରିଥାନ୍ତି । ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ନିକଟର ଅଭିଯୋଗ ପେଶ୍ କରାଯାଏ । ସେ ତାଙ୍କର କ୍ଷମତା ବଳରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ସାଧାରଣ ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଗୃହୀତ ହୋଇଥିବା ଅଭିଯୋଗ ସମ୍ପର୍କରେ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ମତାମତ ଗ୍ରହଣ କରିଥାନ୍ତି । ଏଥିସହିତ ଆଇନ ବ୍ୟବସ୍ଥା ଅନୁସାରେ ଏକ ଉପଯୁକ୍ତ ସୁଦ୍ଧାନ୍ତରେ ପହଞ୍ଚାଇଥାନ୍ତି ।

 

Get real time updates directly on you device, subscribe now.