ମୋଦୀଙ୍କୁ ଭେଟିଲେ ମାସ ଲେଫ୍ କମେଡିଆନ୍ ଶ୍ରଦ୍ଧା, ମୋଦି କହିଲେ “ଆୟୋ”….

ସୋସିଆଲ ମିଡିଆ ଲୋକପ୍ରିୟ ଚେହେରା ଶ୍ରଦ୍ଧା ଜୈନ । ଲୋକେ ତାଙ୍କୁ “ଆୟୋ” ନାମରେ ଜାଣନ୍ତି । ତାଙ୍କର ଅନେକ ପୋଷ୍ଟ ସୋସିଆଲ ମିଡିଆରେ ହଇଚୟୀ ମଚାଏ, କିନ୍ତୁ ଏଥର ପୋଷ୍ଟ କୌଣସି ପ୍ରସଙ୍ଗକୁ ନେଇ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇଥିବା ଏକ ଫଟୋ କୁ ନେଇ । ତାହା ତାଙ୍କ ଜୀବନର ଗର୍ବର ମୂହୁର୍ତ୍ତର ବୋଲି ଫଟୋ ପୋଷ୍ଟ କରିଛନ୍ତି ।

ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ‘ଆୟୋ ଶ୍ରଦ୍ଧା’ ଭାବରେ ପ୍ରସିଦ୍ଧ ଶ୍ରୀମତୀ ଜୈନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ “ଆୟୋ” କହି ଅଭିବାଦନ ଜଣାଇଥିଲେ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ବେଙ୍ଗାଲୁରୁରେ ରୁହନ୍ତି ଏବଂ ତାଙ୍କର ୮୩,୦୦୦ ରୁ ଅଧିକ ଫଲୋର୍ସ ଅଛନ୍ତି। ସେ ବିଭିନ୍ନ ଘଟରାବଳୀ ଉପରେ ଭିଡିଓ ପୋଷ୍ଟ କରିଥାନ୍ତି । ଯାହା ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ କରନ୍ତି ।

ଫଟୋରେ ଶ୍ରୀମତୀ ଜୈନ ପ୍ରଦାନମନ୍ତ୍ରୀ ମୋଦୀଙ୍କ ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏକ ଘଣ୍ଟା ମଧ୍ୟରେ ଫଟୋ ଟି ପ୍ରାୟ ୭୫,୦୦୦ ଲାଇକ୍ ମିଳିଛି । କିଛି ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗତ ମାସରେ, ସେ ଇନଷ୍ଟାଗ୍ରାମରେ ଏକ ହାସ୍ୟ ଭିଡିଓ ପୋଷ୍ଟ କରିଥିଲେ । ଏହି କ୍ଲିପ୍‌ରେ ଶ୍ରୀମତୀ ଶ୍ରଦ୍ଧା ଚାକିରିରୁ ବରଖାସ୍ତ ହୋଇଥିବା ଟେକ୍ନି ଭୂମିକାରେ ଅଭିନୟ କରିଥିଲେ। ଲକ୍ଷ ଲକ୍ଷ ଲାଭରେ ରୋଜଗାର ସତ୍ତ୍ୱେ କର୍ମଚାରୀମାନଙ୍କୁ ଛାଡ଼ି ଦେଉଥିବା ଟେକ୍ କମ୍ପାନୀଗୁଡ଼ିକୁ ସେ ହାସ୍ୟାସ୍ପଦ ଭାବରେ ନିନ୍ଦା କରିଥିଲେ।

Get real time updates directly on you device, subscribe now.