ଭୁବନେଶ୍ୱର : ପ୍ରେମ ମରେନି କିମ୍ବା ସରେନି । ସାଶ୍ୱତ ପ୍ରେମ ସର୍ବଦା ଜୀବିତ । ଏହାକୁ ଭିତ୍ତି କରି ଆମେ ସମସ୍ତେ ହିର ରାଞ୍ଜା, ରୋମିଓ ଜୁଲିଏଟ୍, ଲେଲା-ମଜନୁଙ୍କ ପ୍ରେମ କାହାଣୀ ଶୁଣିଛେ । ଶାହଜାହାନ୍ ମଧ୍ୟ ପତ୍ନୀଙ୍କ ବିୟୋଗରେ ଆତ୍ମହରା ହୋଇ ତାଜ୍ ମେହେଲ ନିର୍ମାଣ କରିଥିଲେ, ଯାହା ପର୍ଯ୍ୟଟନସ୍ଥଳୀ ଭାବରେ ବିଶ୍ୱ ବିଖ୍ୟାତ ।
ସେହି ପ୍ରେମ ଆଜି ବି ବଞ୍ଚିଛି । ଦୁନିଆର କିଛି ଲୋକ ମୃତ ଆତ୍ମୀୟଙ୍କୁ ପ୍ରେମ କରିବା କେବେ ଛାଡନ୍ତି ନାହିଁ । ମଣିଷ ସିନା ମରିଯାଏ, ହେଲେ ଆତ୍ମା କେବେ ମରେନି ।
ଭାଲେଣ୍ଟାଇନ୍ ୱିକ୍ ରେ ଆମେ ସେହିଭଳି ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା କେବେ ଆପଣ ଶୁଣିନଥିବେ ।
ବିହାର ବୃଦ୍ଧ ସାହିତ୍ୟିକ ଭୋଳାନାଥ ଆଲୋକ । ତାଙ୍କ ଲଭ୍ ଷ୍ଟୋରି ମଧ୍ୟ କିଛି କମ୍ ନୁହେଁ । ୩୨ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ଧରାପୃଷ୍ଠ ଛାଡି ଚାଲି ଯାଇଥିଲେ । ମୃତ୍ୟୁ ପରେ ବି ସେ ତାଙ୍କ ପତ୍ନୀଙ୍କ ଅସ୍ଥି ପାଉଁଶକୁ ବିସର୍ଜନ ନ କରି ଅତି ଯତ୍ନରେ ରଖଥିିଲେ । ଶପଥ ନେଇଥିଲେ ଯେ ତାଙ୍କ ମୃତ୍ୟୁ ଦିନ ତାଙ୍କ ପତ୍ନୀଙ୍କ ପାଉଁଶ ସହି ଦାହ ସତ୍କାର ହେବ । କାରଣ ତାଙ୍କ ପ୍ରେମ ଚିରସ୍ଥାୟୀ ରହିବ ।
ସେୟା ହିଁ ହେଲା । ୨୪ ଜୁନ୍ ୨୦୨୨ ରେ ଭୋଲନାଥଙ୍କର ଦେହାନ୍ତ ହେଲା । ଭୋଲାନାଥ ଇଚ୍ଛା ଅନୁସାରେ ତାଙ୍କ ଜ୍ୱାଇଁ ସେ ଇଚ୍ଛା ପୂରଣ କଲେ । ତାଙ୍କର ଇଚ୍ଛାକୁ ସେ ଏକ ଖାତାରେ ଲେଖି ରଖିଥିଲେ ।
ସାହିତ୍ୟିକ ସ୍ୱର୍ଗୀୟ ଭୋଳାନାଥ ଆଲୋକଙ୍କ ପତ୍ନୀ ପଦ୍ମ ରାନୀଙ୍କ ମେ ୨୫, ୧୯୯୦ ରେ ଦେହାନ୍ତ ହୋଇଥିଲା। ଏହା ପରେ ୩୨ ବର୍ଷ ଧରି ଭୋଲାନାଥ ତାଙ୍କ ପ୍ରେମର ସଙ୍କେତ ଭାବରେ ଘରେ ଆମ୍ବ ଗଛରେ ପାଉଁଶକୁ ସାଇତି ରଖିଥିଲେ । ପ୍ରତିଦିନ ସେ ସେଠାକୁ ଆସି ଗୋଲାପ ଫୁଲ ଦେଇ ଧୂପକାଠି ଜଳାନ୍ତି । ଭୋଳାନାଥଙ୍କ ଏହି ପରମ୍ପରା ଆଜି ଯାଏଁ ମଧ୍ୟ ରହିଛି । ଉଭୟ ପତି ପତ୍ନୀଙ୍କ ଅସ୍ଥି ପାଉଁଶ ଆଜି ବି ସେହି ଗଛରେ ଝୁଲା ହୋଇ ରହିଛି ।
ଘରର ସମସ୍ତ ସଦସ୍ୟ ଆସିବା ଏବଂ ଯିବା ସମୟରେ ପ୍ରଣାମ କରି ଯାଆନ୍ତି । ଏହା ଦ୍ୱାରା ତାଙ୍କ ପିଲାମାନେ ଅନୁଭବ କରନ୍ତି ଯେ ତାଙ୍କ ପିତା-ମାତା ଆଜି ବି ତାଙ୍କ ସହ ରହିଛନ୍ତି । ଏହି କାହାଣୀ ଆଜିର ଭ୍ରଷ୍ଟ ଯୁବପିଢୀଙ୍କ ପାଇଁ ମାର୍ଗଦର୍ଶନ ହୋଇପାରେ ।