fbpx

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା TMC ନେତା ବାବୁଲ ସୁପ୍ରିୟୋ ମେଡିକାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ପର୍ଯ୍ୟଟନ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ଗତ ରବିବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଡାକ୍ତରଙ୍କ ତରଫରୁ ବାବୁଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି ।

ସୂଚନା ମୁତାବକ, ଗତକାଲି ବାବୁଲଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବା ସହ ଶରୀରରୁ ଝାଳ ବୋହିବା କାରଣରୁ ତାଙ୍କୁ କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ଚିକିତ୍ସା ଜାରି ରହିଛି । ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା କରାଯାଉଛି ।

ଜଣାପଡ଼ିଛି, ଏହା ପୂର୍ବରୁ ବାବୁଲ ଏଞ୍ଜିଓଗ୍ରାଫି, ଇସିଜି ଓ ଇକୋକାର୍ଡିଓଗ୍ରାଫି ପରି ଏକାଧିକ ଟେଷ୍ଟ କରିଥିଲେ । ଡାକ୍ତରଙ୍କ ଅନୁଯାୟୀ, ଇକୋକାର୍ଡିଓଗ୍ରାଫିରେ କୌଣସି ସମସ୍ୟା ଦେଖାଯାଇ ନଥିଲା । ମାତ୍ର ଇସିଜି ରିପୋର୍ଟରେ କିଛି ସମସ୍ୟା ରହିଥିଲା । ବାବୁଲଙ୍କର ଆର୍ଟରୀ ଡିଜିଜ ଡାୟଗ୍ନୋସ ହୋଇଥିବା ଡାକ୍ତର କହିଛନ୍ତି । ବର୍ତ୍ତମାନ କୌଣସି ବାଇପାସ ସର୍ଜରୀର ଆବଶ୍ୟକତା ନାହିଁ । ମାତ୍ର ତାଙ୍କ ଉପରେ ନଜର ରଖାଯିବ ।

Get real time updates directly on you device, subscribe now.