fbpx

ବାଣ ରୋଷଣୀ ହେଲା କାଳ, ଜଳିଗଲା ବସ୍ତି, ୧୧ ବକରା ଧ୍ୱଂସ

Advertisement

ଭୁବନେଶ୍ୱର : କାହା ପାଇଁ ଖୁସି ତ ଅନ୍ୟ କାହା ପାଇଁ ଦୁଃଖ । ଖୁସୀର ଦ୍ୱୀପ ଘରେ ଜଳୁଥିବା ବେଳେ ସେହି ନିଆଁ ଅନ୍ୟ କହାର ଘର ଜାଳିଦେଇଛି । ବର ବାହାରିଲା , ରୋଷଣୀ ହେଲା, ବାଣ ବି ଫୁଟିଲା ହେଲେ ସେହି ବାଣ ନିଆଁରେ ଅନ୍ୟ କାହା ଘର ଜାଳିଗଲା । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ।

ଆଜି ଅପରାହ୍ନରେ ଗାନ୍ଧିଛକ ନିକଟରେଏକ ବରଯାତ୍ରୀ ରୋଷଣୀ କରି ଯାଉଥିଲା । ବରଯାତ୍ରୀ ଦଳ ଏକ ଚାଇନା ବାଣ ଫୁଟାଇଥିଲେ । ଯାହା ଆକାଶକୁ ଯାଇ ଫୁଟିବା ପରେ ତା’ର ନିଆଁ ତଳକୁ ଆସିଥିଲା । ସେହି ନିଆଁ ଯାଇ ସିଧା ଯାଇ ପଡିଲା ଏକ ବସ୍ତି ଉପରେ । ଚାହୁଁ ଚାହୁଁ ପୁରା ବସ୍ତି ଜଳି ଉଠିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭଗ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ୧୧ ବଖରା ଘର ପୁରା ଜଳି ଯାଇଥିଲା । ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ । କ୍ଷୟକ୍ଷତି ଆକଳନ ହୋଇନଥିଲେ ମଧ୍ୟ ଏଥିରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇ ଯାଇଛି ବୋଲି ଅନୁମାନ କରାଯାଉଛି । ଏହାର କ୍ଷତିପୂରଣ କିଏ କରିବ, ସରକାର ନା ବରଯାତ୍ରୀ ଦଳ, ଏହାକୁ ନେଇ ଏବେ ଦ୍ୱନ୍ଦ ଉପୁଜିଛି ।

Get real time updates directly on you device, subscribe now.