fbpx

୨ ଯାଆଁଳା ଶିଶୁକୁ ଜନ୍ମ ଦେଲେ ୬୮ ବର୍ଷିୟା ମହିଳା

କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ନାଇଜରିଆରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ୪ ଆଇଭିଏପ୍ ପରେ ୨ଟି ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । କିନ୍ତୁ ଆପଣ ମଧ୍ୟ ମହିଳାଙ୍କ ବୟସ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱାସ ନକଲେ ବି , ୨ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ବୟସ ହେଉଛି ୬୮ ବର୍ଷ । ସିଏନଏନ ରିପୋର୍ଟ ମୁତାବକ, ଏହି ମହିଳାଙ୍କ ନାମ ମାରଗରେଟ୍ ଏଡେନୁଗା । ଲାଗୋସ ମେଡିକାଲରେ ଏପ୍ରିଲ ୧୪ ତାରିଖରେ ସେ ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । ସିଜରିଆନ୍ ଦ୍ୱାରା ୨ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ତେବେ ମହିଳାଙ୍କ ବୟସ ଅଧିକ ଥିବା ବେଳେ ପ୍ରଥମ ଥର ପ୍ରସବ କାରଣରୁ ଅଧିକ ବିପଦ ଥିବା ଡାକ୍ତର କହିଥିଲେ ।

Get real time updates directly on you device, subscribe now.