fbpx

ଆଜି ରାତି ୧୦ଟାରୁ ୨୬ତାରିଖ ସକାଳ ଯାଏଁ ୩ଜିଲ୍ଲା ସଟଡ଼ାଉନ

ଭୁବନେଶ୍ୱର,୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟର ତିନି ଜିଲ୍ଲା ସଟଡାଉନ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ହେବ । ଆଜି ରାତି ୧୦ଟାରୁ ୨୬ତାରିଖ ସକାଳ ଯାଏଁ ସଟଡ଼ାଉନ ହେବ । ଏହି ୩ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହିପରି ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୩ଟି ଜିଲ୍ଲାରୁ ୩୩ କରୋନା ପଜିଟିଭ୍ କେସ୍ ଆସିଛି । ସଟଡ଼ାଉନ ସମୟରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ । ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟତୀତ ଅନ୍ୟ ବ୍ୟକ୍ତି ଘରୁ ବାହାରିବେ ନାହିଁ । ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ମେଡ଼ିସିନ୍ ଷ୍ଟୋର ବ୍ୟତୀତ ଅନ୍ୟ ଦୋକାନ ମଧ୍ୟ ବନ୍ଦ ରହିବ । ଏହାସହ ସଟଡାଉନ ବେଳେ ପ୍ରଶାସନକୁ ସହଯୋଗ କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ୮୯ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୫ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.