fbpx

ଲକ୍-ଡାଉନ୍ ସମୟରେ ରାସ୍ତାକୁ ଉଠିଆସିଲେ ଭାଲୁ, ଦେଖନ୍ତୁ ଭିଡିଓ

କରୋନା ଯୋଗୁଁ ଦେଶରେ ଲକ୍-ଡାଉନ୍ ଜାରି ହୋଇଛି, ଯାହା ଫଳରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ବନ୍ୟଜନ୍ତୁ । ଜଙ୍ଗଲୀ ପଶୁପକ୍ଷୀ ରାସ୍ତା ଉପରେ ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଭାଲୁ ରାସ୍ତା ଉପରେ ବୁଲୁଥିବାର ନଜର ଆସିଛନ୍ତି । ଏଭଳି ଦୃଶ୍ୟ ଆନ୍ଧ୍ରପ୍ରଦେଶରର ତିରୁମାଳାରେ ଦେଖିବାକୁ ମିଳିଥିବା ବେଳେ ଲୋକମାନେ ବି ଏହାକୁ ବେଶ୍ ପସନ୍ଦ କରିଛନ୍ତି । ରାତି ସମୟରେ ୨ଟି ଭାଲୁ ରାସ୍ତାରେ ଉପରେ ବୁଲୁଥିବାର ଭିଡିଓକୁ ଭାରତୀୟ ବନ ସେବାର ଅଧିକାରୀ ସୁଶାନ୍ତ ନନ୍ଦ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

Get real time updates directly on you device, subscribe now.