fbpx

Video: ସେମିଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ ହେଲେ ହରମାନପ୍ରୀତ କୌର, ଭାଙ୍ଗିଗଲା ଭାରତର ବିଶ୍ୱକପ ସ୍ବପ୍ନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି -୨୦ ବିଶ୍ୱକପରେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ଏହି ମ୍ୟାଚରେ ଅଧିନାୟକ ହରମାନପ୍ରୀତ କୌରଙ୍କ ଦୁର୍ଭାଗ୍ୟଜନକ ରନଆଉଟ ମ୍ୟାଚର ମୋଡ଼ ବଦଳାଇ ଦେଇଛି। ହରମାନପ୍ରୀତ ୧୫ ତମ ଓଭରରେ ଦ୍ୱିତୀୟ ରନ୍ ପୂରଣ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଯେତେବେଳେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବ୍ୟାଟ୍ ପିଚରେ ଅଟକି ଯାଇଥିଲା। ଏହାର ସୁଯୋଗ ନେଇ ଆଲିସା ହେଲି ନିଜର ଫୁର୍ତି ଦେଖାଇ ହରମାନପ୍ରୀତଙ୍କୁ ରନଆଉଟ କରି ଦେଇଥିଲେ।

ସେହି ସମୟର ଦୃଶ୍ୟକୁ ଦେଖିଲେ ହରମାନପ୍ରୀତ ତାଙ୍କ ବ୍ୟାଟକୁ କ୍ରିଜ ଆଡକୁ ଘୋଷାଡ଼ି ନେଇଥିଲେ, କିନ୍ତୁ ଏହାକୁ କ୍ରିଜ୍ ଭିତରକୁ ପ୍ରବେଶ କରି ନଥିଲା ହଟାତ ଅଟକି ଯାଇଥିଲା। ଏହି ସମୟରେ ଯେତେବେଳେ ହରମନପ୍ରୀତଙ୍କ ପାଦ ପବନରେ ଥିଲା ସେତେବେଳେ ହେଲି ଶୀଘ୍ର ବଲ ସଂଗ୍ରହ କରି ତାଙ୍କୁ ରନଆଉଟ କରି ଦେଇଥିଲେ। ତିବ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ, ହରମାନପ୍ରୀତ ମଧ୍ୟ ରନ୍ ଶେଷ କରିବା ସମୟରେ ମନ୍ଥର ହୋଇଯାଇଥିଲେ।

Get real time updates directly on you device, subscribe now.