fbpx

ଆକ୍ରମଣ, ରକ୍ତପାତ ଆଉ ହାହାକାର: ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପରେ ବି ଥମୁନି ଗୋଳାବାରୁଦର ଶବ୍ଦ

ନୂଆଦିଲ୍ଲୀ: ଆଜି ଫେବୃଆରୀ ୨୪ ତାରିଖ । ଆଜିଠୁ ଠିକ ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁଇ ଦେଶ ମଧ୍ୟରେ ଏକ ମହାଯୁଦ୍ଧର ଅୟମାରମ୍ଭ । ଯେଉଁ ଯୁଦ୍ଧରେ ଆଜି ବି ପଡନି ଯବନିକା, ଆଜି ଥମିନି ରକ୍ତପାତ ଆଉ ଆକ୍ରମଣରେ ଲାଗୁନି ବିରାମ । ସବୁଠି ଶୁଭୁଛି ଗୋଳାବାରୁଦର ଶବ୍ଦ, ସବୁଆଡେ ଦେଖାଯାଉଛି କୁଢ କୁଢ ଶବ ଆଉ ସବୁରି ଆଖିରେ ପ୍ରିୟଜନଙ୍କୁ ହରାଇବାର କୋହ । ମଶାଣିରେ ପାଲଟିଯାଇଛି ୟୁକ୍ରେନ ସହର । ସବୁଠି ହାହାକାର ଆଉ ସାରା ଦେଶରେ ପ୍ରତିଦିନ ବଞ୍ଚିବା ପାଇଁ ଚାଲିଛି ମହାସଂଗ୍ରାମ ।

Ukraine invasion news from February 24: Russian forces storm Ukraine,  civilians flee Kyiv, west unveils new sanctions | Financial Times

ଗତବର୍ଷ ଫେବୃଆରୀ ୨୪ ତାରିଖରେ ଅଚାନକ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ପୁତିନ ସେନା । ସେପଟେ ଦୁର୍ବଳ ରାଷ୍ଟ୍ର ହେଲେ ବି ପଛଘୁଞ୍ଚା ଦେଇ ନଥିଲା ୟୁକ୍ରେନ । ଶତ୍ରୁକୁ ମୁହଁତୋଡ ଜବାବ ଦେବା ପାଇଁ ଅଣ୍ଟା ଭିଡିଥିଲେ ଦେଶର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଦେଶର ବୀର ଯବାନମାନଙ୍କ ସହ ଦେଶବାସୀଙ୍କୁ ମଧ୍ୟ ଋଷ ସେନାର ସାମନା କରିବା ପାଇଁ ଆହ୍ୱାନ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି । ଜେଲେନସ୍କି କହିଥିଲେ ଯେ, ଯଦି ଋଷ ଆକ୍ରମଣ କରୁଛି, ତେବେ ଆମେ ମଧ୍ୟ ଏହାର ସାମନା କରିବା । ହାରିବା ପଛେ, ପଛଘୁଞ୍ଚା ଦେବା ପାହିଁ । ଏହା କହି ସେ ନିଜେ ବନ୍ଧୁକ ଧରି ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ । ଆଉ ରାଷ୍ଟ୍ରପତିଙ୍କ ଏହି ଗୋଟିଏ ଆହ୍ୱାନରେ ହୁଙ୍କାର ଦେଇ ଉଠିଥିଲା ସାରା ୟୁକ୍ରେନ ।

Ukraine aims to amass 'million-strong army' to fight Russia, says defence  minister - BBC News

ଏହାପରେ ବନ୍ଧୁକରୁ ଆରମ୍ଭ କରି ମିସାଇଲ ପର୍ଯ୍ୟନ୍ତ ଗୋଳାବାରୁଦରେ ସାରା ସହରର ନକ୍ସା ବଦଳିଯାଇଥିଲା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରିବାରେ ଲାଗିଥିଲା ପୁତିନ ସେନା । କିନ୍ତୁ ହାର୍ ମାନିବା ପାଇଁ ପ୍ରସ୍ତୁତ ନଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଦେଶରକ୍ଷା ପାଇଁ ସହୀଦ ହୋଇଗଲେ ହଜାର ହଜାର ସୈନିକ, ଅସଂଖ୍ୟ ଲୋକ ଋଷ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇ ଦେଲେ, କୋଟି କୋଟି ଲୋକ ବାସସ୍ଥାନ ହରାଇଦେଲେ । କିନ୍ତୁ ଶତ୍ରୁ ହାତରେ ଦେଶକୁ ନଦେବାର ପଣ କରିଥିଲା ୟୁକ୍ରେନ ରାଷ୍ଟ୍ର । ବର୍ଷକର ଏହି ମହାଯୁଦ୍ଧ ଭିତରେ ୟୁକ୍ରେନର ୧,୪୫,୮୫୦ ସୈନିକ ମୃତ୍ୟୁବରଣ କରିଥିବା ଦାବି କରିଛି ୟୁକ୍ରେନ ।

Death toll from Russia's new missile attacks on Ukraine rises to 19

ଶକ୍ତିଶାଳୀ ଋଷର ଅତ୍ୟାଧୁନିକ ହତିଆର ଏବଂ ବିରାଟ ସୈନ୍ୟବାହିନୀ ଅନେକ ଥର ୟୁକ୍ରେନ ଉପରେ ଭାରୀ ପଡିଛନ୍ତି, ଦେଶର ହଜାର ହଜାର ନାଗରିକଙ୍କ ହତ୍ୟା କରିଛନ୍ତି ସତ । କିନ୍ତୁ ଭାଙ୍ଗି ପାରିନାହାନ୍ତି ଦେଶର ମୁଖିଆଙ୍କ ସାହସ ଯାହା ଅନ୍ୟ ନାଗରିକମାନଙ୍କୁ ମଧ୍ୟ ଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ ଦେଇଛି । କେବଳ ଏହି କାରଣ ପାଇଁ ଋଷର ରାଷ୍ଟ୍ରପତି ପୁତିନଙ୍କ ଗର୍ବ ଏବଂ ଅହଂକାର ମଧ୍ୟ ଭାଙ୍ଗିରୁଜି ଚୁରମାର ହୋଇଗଲା । ୟୁକ୍ରେନ ଉପରେ ଆକ୍ରମଣ କରି ସହଜରେ ବିଜୟ ହାସଲ କରି ନେବ ବୋଲି ଭାବୁଥିବା ଋଷ ଆଜି ଏକ ବର୍ଷ ପରେ ବି ବିଜୟ ପାଇ ପାରିଲା ନାହିଁ । ଦିନେ ୟୁକ୍ରେନ ଉପରେ ରାଜ୍ କରିବା ଲକ୍ଷ୍ୟରେ ଯୁଦ୍ଧ ଆରମ୍ଭ କରିଥିବା ପୁତିନ ସେନା ଆଜି ନିଜ ସମ୍ମାନ ବଞ୍ଚାଇବା ପାଇଁ ୟୁକ୍ରେନ ସହ ଲଢେଇ କରୁଛି । ତେବେ ଆଜି କେବଳ ଏହି ଦୁଇ ଦେଶ ନୁହେଁ ସାରା ବିଶ୍ୱ ଏହି ଯୁଦ୍ଧର ଅନ୍ତକୁ ଅପେକ୍ଷା କରିଛି ।

Get real time updates directly on you device, subscribe now.