fbpx

ସ୍ବାସ୍ଥ୍ୟ ସେବାରେ ନିଯୁକ୍ତି ପାଇଁ ମିଳିଲା ଅନୁମୋଦନ, ନିଯୁକ୍ତି ପାଇବେ ୯୦୦୦ସ୍ୱାସ୍ଥ୍ୟକର୍ମୀ

ଭୁଵନେଶ୍ୱର: ବିଗତ ଦୁଇ ଦଶନ୍ଧି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ଗତ ୨୦୦୦ ମସିହାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆମର ବିଭିନ୍ନ ସ୍ୱାସ୍ଥ୍ୟ ସୂଚକାଙ୍କ ବହୁ ନିମ୍ନରେ ଥିବା ସ୍ଥଳେ ସମ୍ପ୍ରତି ଦେଶରେ ଏକ ଅଗ୍ରଗଣ୍ୟ ସଫଳ ରାଜ୍ୟ ଭାବେ ଓଡ଼ିଶାଏକ ଉଚ୍ଚ ସ୍ଥାନ ଅଧିକାରକରିଛି । ସାମ୍ପଲ ରେଜିଷ୍ଟ୍ରେଶନ ସର୍ଭେ ରିପୋର୍ଟ ଅନୁସାରେ ୨୦୦୫ ମସିହାଠାରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧ୍ଵକ ହ୍ରାସ ଘଟିଥିବା ବେଳେ ୨୦୧୫-୧୭ ଠାରୁ ୨୦୧୮-୨୦ ମଧ୍ୟରେ ମାତୃମୃତ୍ୟୁ ହାର କମାଇବାରେ ଆମେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (NFHS-5) ରିପୋର୍ଟ ଅନୁସାରେ ଦେଶରେ ସାର୍ବଜନୀନ ଟୀକାଦାନ କାର୍ଯ୍ୟକ୍ରମରେ ୯୦.୫ % ଲକ୍ଷ୍ୟହାସଲ କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ଅଛି ।

ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରୋଗୀ ସଂଖ୍ୟା ୯୪ % କମାଇ ଆମେ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ଵିତୀୟ ସ୍ଥାନ ହାସଲ କରିଛି । ୯୨.୨ % ଗର୍ଭବତୀ ମହିଳାଙ୍କର ଆନୁଷ୍ଠାନିକ ପ୍ରସବ ଡାକ୍ତରଖାନାରେକରାଯାଇ ପାରିଛି ବୋଲି ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ପ୍ରଦାନକରିଛନ୍ତି ।

କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମୂଳମନ୍ତ୍ର ପ୍ରତ୍ୟେକଟି ଜୀବନ ମୁଲ୍ୟବାନ” କୁ କାର୍ଯ୍ୟ କ୍ଷେତ୍ରରେ ରୂପାୟିତ କରି ଓଡ଼ିଶା ସମଗ୍ର ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଅମାପ ପ୍ରଶଂସା ସାଉଁଟିଛି ।

ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବା କୁ ନିର୍ଣ୍ଣାୟକ ଭାବେ ଦୃଷ୍ଟିରେ ରଖି ୨୦୨୩-୨୪ ସ୍ବାସ୍ଥ୍ୟ ବଜେଟ ପ୍ରସ୍ତୁତ କରାଯାଇଛି । ସରକାରୀ ଚିକିତ୍ସାଳୟ ଗୁଡିକର ଉନ୍ନତିକରଣ କରାଇ ସର୍ବୋତ୍ତମ ଘରୋଇ ଚିକିତ୍ସାଳୟ ସହ ସମକକ୍ଷ କରିବାର ଯେଉଁ ସ୍ବପ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ତାହାର ସଫଳ ରୂପାୟନ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷିରେ ‘ଆମ ହସପିଟାଲ’ ନାମକ ଏକ ନୂତନ ସ୍କିମ୍ କୁ ସ୍ୱାସ୍ଥ୍ୟ ସେବା ର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି , ଯେଉଁଥରେ ୧୪୭ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମାତ୍ର

୯ ମାସ ଅବଧି ମଧ୍ୟରେ ରୂପାନ୍ତରଣ କରାଯାଇପାରିବ ଓ ୨୦୨୩-୨୪ ବଜେଟ୍ ରେ ଏଥିପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା ରହିବ ।ଏହି ସ୍କିମ୍ ରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ସଦର ଚିକିତ୍ସାଳୟ ଭଳି ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ଉନ୍ନତିକରଣ ମାଧ୍ୟମରେ ଭିତ୍ତିଭୂମିର ବିକାଶ, ରୋଗୀମାନଙ୍କର ମୌଳିକ ଆବଶ୍ୟକତା ଓ ସେବା ପ୍ରଦାନ ଆଦି କୁ ଗୁରୁତ୍ବ ଦିଆଯିବ ।

ରାଜ୍ୟ ସରକାର ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ଓ ସହାୟକ କର୍ମଚାରୀ (ପାରାମେଡିକ୍ସ)ଙ୍କର ନିଯୁକ୍ତିକୁ ସୁନିଶ୍ଚିତ କରିବା ସରକାରଙ୍କର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୪୦୦୦ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରା ଯାଇଛି ଏବଂ ୨୦୨୩-୨୪ ମସିହାରେ ୫୦୦୦ ରୁ ଅଧିକ ଡାକ୍ତର ନିଯୁକ୍ତି ପାଇବେ ବୋଲି ଆଶା ରଖା ଯାଇଛି । ସେହିଭଳି ସରକାର ଗତ ୩ ବର୍ଷରେ ୯୦୦୦ ରୁ ଅଧିକ ଷ୍ଟାଫ୍ ନର୍ସ ଓ ପାରାମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ଚଳିତ ବର୍ଷ ଆଉ ୯୦୦୦ ଜଣଙ୍କୁ ନିଯୁକ୍ତି ଦେବାର ଆଶା ରଖା ଯାଇଛି । ସେମାନଙ୍କର ଏଷ୍ଟାବ୍ଲିଶମେଣ୍ଟ ଚାର୍ଜ ନିମନ୍ତେ ୨୦୨୩-୨୪ ବଜେଟ୍‌ ରେ ପ୍ରଶାସନିକ ବ୍ୟୟ ଅଧୀନରେ ୨୨୯ କୋଟି ଟଙ୍କାର ଅତିରିକ୍ତ ଅର୍ଥ ବ୍ୟବସ୍ଥା କରା ଯାଇଛି ।

ସେହିପରି ବିଗତ୬ ବର୍ଷ ମଧ୍ୟରେ ବାଲେଶ୍ବର, ବାରିପଦା , ବଲାଙ୍ଗୀର, କୋରାପୁଟ ,ପୁରୀ, କେନ୍ଦୁଝର ଏବଂ ସୁନ୍ଦରଗଡ ରେ ୭ ଗୋଟି ନୂଆ ମେଡ଼ିକାଲ କଲେଜ ଏବଂ ଭୁବନେଶ୍ବସ୍ଥିତ କ୍ୟାପିଟାଲ -ଓ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ଠାରେ ଦୁଇଟି ପୋ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ୨୦୨୩-୨୪ ମସିହାରେ କଳାହାଣ୍ଡି ମେଡ଼ିକାଲ କଲେଜ କୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଛି । ଏହାପରେ ତାଳଚେର, ଫୁଲବାଣୀ ଏବଂ ଯାଜପୁରଠାରେ ପର୍ଯ୍ୟାୟକ୍ରମେ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ କରାଯିବ ।

ରାଜ୍ୟର ନିଜସ୍ଵ ଯୋଜନା ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଅଧୀନରେ ଭିତ୍ତିଭୂମି ବିକାଶ ପାଇଁ ୨୦୨୩-୨୪ ବଜେଟରେ ୩,୦୦୩ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟୟ ବରାଦ କରାଯାଇଛିଯେଉଁଥରେ ଏସ.ସି .ବି . ମେଡ଼ିକାଲ କଲେଜର ପୁନର୍ବିନ୍ୟାସ ପାଇଁ ୧୪୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏତଦବ୍ୟତୀତ ଖାଦ୍ୟ ବାବଦରେ ୭୧ କୋଟି, ସିକ୍ୟୁରିଟୀ, ପରିମଳ ,ଲଣ୍ଡରୀ,ଏବଂ ରକ୍ଷଣାବେକ୍ଷଣ ସେବାର ଆଉଟ ସୋର୍ସଙ୍ଗ ପାଇଁ ନିର୍ମଳ ଯୋଜନା ଅଧୀନରେ ୬୪୬ କୋଟି ଏବଂ ଯାନ୍ତ୍ରିକ ଉପକରଣ ପାଇଁ ୧୧୦ କୋଟି ଟଙ୍କାର ବ୍ୟୟ ପ୍ରଦାନ ନିମନ୍ତେ ବ୍ୟବସ୍ଥାଅଛି ।

ଏହାବାଦ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜରୁରୀ ସମୟରେ ଡାକ୍ତରଖାନା ନେବାପାଇଁ ୨୦୧୨-୧୩ ମସିହାରେ ସରକାର ୧୦୮ ଅମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ । ଆମ ରାଜ୍ୟରେ କାର୍ଯ୍ୟକରୁଥିବା ଆମ୍ବୁଲାନ୍ସ ସହିତ ୨୩୬ ଗୋଟି ନୂତନ ଅମ୍ବୁଲାନ୍ସ ଯୋଗ କରିବାକୁ ୨୦୨୩-୨୪ବଜେଟ୍ ରେ ୨୫୦ କୋଟି ଟଙ୍କାର ରକ୍ଷା ଯାଇଛି ।

୨୦୨୩-୨୪ ବଜେଟ୍ ବ୍ୟୟ ଆକଳନରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଗୁଡିକର କାର୍ଯ୍ୟାନ୍ଵୟନ ପାଇଁ ୨ ହଜାର ୨ ସହ ୮୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

Get real time updates directly on you device, subscribe now.