fbpx

ଆପଣଙ୍କ ପିଲା ଡିପ୍ରେସନର ଶୀକାର ହେଉଛନ୍ତି କି, ଅଣଦେଖା କରନ୍ତୁ ନାହିଁ; ଖାଇବାକୁ ଦିଅନ୍ତୁ ଏହି ସବୁ ଖାଦ୍ୟ

ନୂଆଦିଲ୍ଲୀ:ମୁଖ୍ୟତଃ ପିଲା ମାନେ ସୁବ କିଛି ନିଜ ପିତାମାତାଙ୍କୁ କହି ପାରନ୍ତି ନାହିଁ । ଏଭଳି ଅନେକ ଘଟଣା ଅଛି ଯାହା ସେମାନେ ନିଜ ଭିତରେ ରଖନ୍ତି । ତେବେ ଏହି କାରଣରୁ ପିଲା ମାନଙ୍କୁ ବିଶାଦ ବା ଡିପ୍ରେସନ ମାଡିବସେ । ଯାହା ପାଇଁ ସେମାନେ ଚୁପ ରହିବା, ଗୁମସୁମ ରହିବା, ଚିଡଚିଡା ହେବା ଭଳି ପ୍ରକୃତି ବାହାର କରନ୍ତି । ବାସ୍ତବରେ, କିଛି ପିଲା ନିଜକୁ କୋଠରୀରେ ନିଜକୁ ସୀମିତ ରଖନ୍ତି ଯେଉଁଠାରେ ସେମାନେ ନିଜକୁ ଏକୁଟିଆ ଅନୁଭବ କରନ୍ତି । ତେବେ ନିଜ ପିଲାମାନଙ୍କର ଏହି ଅଭ୍ୟାସକୁ ଆଦୌ ଅଣ ଦେଖା କରିବା ଉଚିତ ନୁହେଁ । ଏହା ଦ୍ୱାରା ଆପଣ ଜାଣିପାରନ୍ତି ନାହିଁ ଯେ ଆପଣଙ୍କ ପିଲା କେଉଁଭଳି ମାନସିକ ଚାପ ଦେଇ ଗତି କରୁଛି ଆଉ ଏହା ପ୍ରଭାବ ଆପଣଙ୍କ ପିଲା ଉପରେ କେତେ ଖରାପ ପଡୁଛି ।

ଏହି ସମୟରେ ପିଲାମାନେ ଖାଇବା ପିଇବା ମଧ୍ୟ ଠିକ ଭାବରେ କରନ୍ତି ନାହିଁ । ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେବେ ଆମେ ଆଜି ଆପଣଙ୍କୁ କିଛି ଏଭଳି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ପିଲାମାନଙ୍କୁ ଖାଇବାକୁ ଦେଇ ପାରିବେ ।ସେଥିପାଇଁ ପିଲାଙ୍କୁ ପ୍ରତିଦିନ କିଛି ଏପରି ଖାଦ୍ୟ ଦେବା ଆବଶ୍ୟକ ଯେଉଁଥିରେ ଓମେଗା ଫ୍ୟାଟି ଏସିଡ୍ ଥାଏ ଯାହା ପିଲାମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ । ଯାହାକୁ ଖାଇଲେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହିତ ସେମାନେ ଯଦି ଡିପ୍ରେସନର ଶୀକାର ହେଉଥିବେ ତେବେ ଏଥିରୁ ତାଙ୍କୁ ଟିକିଏ ଉପଶମ ମିଳିବ ।

ଏହି ସମସ୍ତ ଜିନିଷ ଏକତ୍ର ଚିନ୍ତା ଏବଂ ଉଦାସୀନତା ସୃଷ୍ଟି କରେ ଯାହାକୁ ପ୍ରାୟତ ଅବସାଦ କୁହାଯାଏ। ଭିଟାମିନ୍ ବି ସମୃଦ୍ଧ ପୁରା ଖାଦ୍ୟ ତଥା ପୁରା ଶସ୍ୟ, ଡାଲି, ବାଦାମ, ମଞ୍ଜି, ଫଳ ଏବଂ ପନିପରିବା ଖାଇବାକୁ ଦିଅନ୍ତୁ । ଫୋଲିକ୍ ଏସିଡ୍ ସବୁଜ ପନିପରିବା, ବିନ୍ସ, ମସୁର ଡାଲି, ବାଦାମ ଏବଂ ମଞ୍ଜିରେ ଭରପୂର ଥିବାବେଳେ B12 କେବଳ ପଶୁ ଖାଦ୍ୟରେ ମିଳିଥାଏ ।

କଣ ଖାଇବାକୁ ଦେବା :
-ମାଂସ, ମାଛ, ଅଣ୍ଡା ଏବଂ ଦୁଗ୍ଧ ଉତ୍ପାଦନ
-ଶାଗ
-ଚାଉଳ ଏବଂ ଓଟମିଲ୍
-ହଳଦୀ
-କମଳା ଏବଂ ଲେମ୍ବୁ
-ସାଲମନ ମାଛ
-କଖାରୁ ମଞ୍ଜି
-କନ୍ଦମୂଳ
-କୋକୋ
-ଚିକେନ

Get real time updates directly on you device, subscribe now.