fbpx

ସ୍କୁଲ୍ ପିଲାଙ୍କୁ ମିଳିବ ନୋଟ୍‌ବୁକ୍‌, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ରାଜ୍ୟ ବଜେଟ୍ ଆଗତ ହୋଇଥିବା ବେଳେ ଶିକ୍ଷା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ଆଜି ଗଣଶିକ୍ଷା ମନ୍ତ୍ରୀ ଆଉ ଏକ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍‌ର ଛାତ୍ରଛାତ୍ରୀ ମାନଙ୍କୁ ନୋଟ୍‌ବୁକ୍ ମିଳିବ ବୋଲି ସୂଚନା ଦେଇଛନ୍ତି। ସେଥିରେ ପିଲାଙ୍କୁ ୱାର୍କହୋମ ଏବଂ ଶିକ୍ଷକ କଣ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ। ଏହାଦ୍ୱାରା ପିଲାମାନେ କଣ ପଢୁଛନ୍ତି ଅଭିଭାବକମାନେ ଜାଣିପାରିବେ। ଚଳିତ ବର୍ଷ ବଜେଟ୍‌ରେ ଶିକ୍ଷାକୁ ବେଶ ଗୁରୁତ୍ୱ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ସେହିଭଳି ବଜେଟ୍ ରେ ମେଧାବୀ ଛାତ୍ର ବୃତ୍ତି ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନାରେ ଦଶ ହଜାର ଯୋଗ୍ୟ ଉପସ୍ନାତକ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ଦଶ ହଜାର ଟଙ୍କା ଲେଖାଏ ପ୍ରଦାନ କରା ଯିବ ା ସେହିପରି ପାଞ୍ଚ ହଜାର ଯୋଗ୍ୟ ସ୍ନାତକୋତର ଛାତ୍ର ଛାତ୍ରୀଙ୍କୁ ୧୫ ହଜାର ଟଙ୍କା ଲେଖାଏ ବାର୍ଷିକ ପ୍ରଦାନ କରାଯିବ ା ସେ କହିଛନ୍ତି ଯେ ୧୦ ହଜାର ଯୋଗ୍ୟ ବୈଷୟିକ ଓ ବୃତିଗତ ଶିକ୍ଷା ଗ୍ରହଣ କରୁଥିବା ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ବାର୍ଷିକ ବୃତି ପ୍ରଦାନ କରାଯିବ।

ଏଥର ଓଡ଼ିଶା ବଜେଟ୍ ୨୦୨୩ରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି। ସେହିପରି ୬ ହଜାର ୨୫ଟି ଏଲ୍‌ଟିଆର୍ ପଦବୀ ସୃଷ୍ଟି କରାଯିବ ବୋଲି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଧ୍ୟମିକ ସ୍କୁଲରେ ୭୫୪୦ ନିୟମିତ ଶିକ୍ଷକ ନିଯୁକ୍ତ ହେବେ । ସେହିପରି ୧୭୯୯ କନିଷ୍ଠ ସହାୟକ, ୩୩୫ ପିଜିଟି ନିଯୁକ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି . ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ ।

Get real time updates directly on you device, subscribe now.