fbpx
BSKY SKY
BSKY SKY

ସ୍ୱାସ୍ଥ୍ୟ ବିଭାଗରେ ବଡ ନିଯୁକ୍ତି: ୧୨୯୦ ସିଟରେ ମେଡିକାଲ ଅଫିସର ପଦବୀ ପାଇଁ ଆସିଲା ବିଜ୍ଞପ୍ତି

BSKY

ବିହାର: ବିହାରରେ ଆରମ୍ଭ ହେଉଛି ବେକାରୀ ସମସ୍ୟା ଶେଷ କରିବାର ପର୍ଯ୍ୟାୟ । ବିଭିନ୍ନ ପଦ ପଦବୀରେ ନୂଆ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଶିକ୍ଷକଙ୍କ ପାଇଁ ୩ ଲକ୍ଷରୁ ଅଧିକ ନିଯୁକ୍ତି ଯୋଜନା ପରେ ଏବେ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ବିହାର ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେନେରାଲ ମେଡିକାଲ ଅଫିସର ପଦବୀରେ ଥିବା ଖାଲି ସ୍ଥାନ ପୂରଣ କରିବା ପାଇଁ ଆରମ୍ଭ କରିଛଇ ନିଯୁକ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ମୋଟ ୧୨୯୦ ଜଣଙ୍କୁ ନିଯୁକ୍ତି ଦିଆଯିବ ।

ତେବେ ବିହାର ସ୍ୱାସ୍ଥ୍ୟ ବିଭାଗରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏଥିରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀ ବିହାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ୱେବସାଇଟ କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏଠାରେ ନିଯୁକ୍ତିକୁ ନେଇ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱାସ୍ଥ୍ୟ ବିଭାଗରେ ମେଡିକାଲ ଅଫିସର ପଦବୀ ପାଇଁ ମୋଟ ୧୨୯୦ ସିଟରେ ନିଯୁକ୍ତି ଦିଆଯିବ । ଏଥିମଧ୍ୟରେ ଜେନେରାଲ ମ୍ୟାନେଜର ପାଇଁ ୫୧୬ଟି ସିଟ, ଓବିସି ପ୍ରାର୍ଥୀମାନଙ୍କ ପାଇଁ ୧୫୫, ଏସସି ପାଇଁ ୨୦୬, ଏସଟି ପାଇଁ ୧୩, ଇବିସି ପ୍ରାର୍ଥୀମାନଙ୍କ ପାଇଁ ୨୩୨, ଇଡବ୍ଲୁଏସ ପାଇଁ ୧୨୯ ଏବଂ ମହିଳା ମାନଙ୍କ ପାଇଁ ୩୯ଟି ପଦରେ ନିଯୁକ୍ତି ପ୍ରଦାନ କରାଯିବ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଜଣକ ବିହାରର କୌଣସି ସରକାରୀ ମେଡିକାଲ କଲେଜରୁ ଏମବିବିଏସର ଡିଗ୍ରୀ କିମ୍ବା ସମକକ୍ଷ ଯୋଗ୍ୟତା ରହିଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏହି ପଦବୀରେ ପ୍ରାର୍ଥୀଙ୍କୁ ମାସିକ ୬୫,୦୦୦ ଟଙ୍କା ଦରମା ଦିଆଯିବ । ତେବେ ଏମବିବିଏସର ମାର୍କ ଅନୁସାରେ ମେଡିକାଲ ଅଫିସର ପାଇଁ ଚୟନ ସମିତି ଦ୍ୱାରା ପ୍ରର୍ଥୀ ଚୟନ କରି ଦିଆଯିବ ।

Get real time updates directly on you device, subscribe now.