fbpx

ଆଜି ସନ୍ଧ୍ୟାରେ ଆସିପାରେ ରଥଯାତ୍ରାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି !

ପୁରୀ, ୨୪ା୪(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟିର ଭିଡ଼ିଓ କନଫରେନ୍ସ ଜରିଆରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ସେହି ବୈଠକରେ ରଥଯାତ୍ରାକୁ ନେଇ ବଡ଼ ମନ୍ଥନ ହୋଇଛି । ରଥଯାତ୍ରା କରାଯିବା ଉଚିତ କି ନୁହେଁ ବୈଠକରେ ଆଲୋଚନା ହୋଇଛି । କଟକଣା ସହ ରଥଯାତ୍ରା କରିବା ପାଇଁ ଛତିଶାନିଯୋଗ ମତ ରଖିଛି । ରଥଯାତ୍ରା କରାଯିବା ଉଚିତ ନୁହେଁ ବୋଲି ଆଉ କିଛି ସଦସ୍ୟ ମତ ରଖିଛନ୍ତି । କଟକଣା ସହ ରଥଯାତ୍ରା କଲେ ମଧ୍ୟ ଭକ୍ତଙ୍କୁ ବାରଣ କରିହେବ ନାହିଁ । ସମସ୍ତଙ୍କ ସହମତିରେ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରହିଛି । ବୈଠକ ଶେଷ ହେବା ପରେ ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ପୁଣିଥରେ ଆଜି ଗୋବର୍ଦ୍ଧନ ମଠରେ ଏନେଇ ବୈଠକ ବସିବ । ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ରଥଯାତ୍ରାକୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ପରିଚାଳନା କମିଟି ବୈଠକରେ ପୁରୀରେ ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଥିଲେ । ଭୁବନେଶ୍ୱରରେ ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.