fbpx

ଦେଶରେ କରୋନା ତୃତୀୟ ଷ୍ଟେଜରେ ପହଞ୍ଚିନି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨୪ା୪: କରୋନା ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶରେ ତୃତୀୟ ଷ୍ଟେଜରେ ପହଞ୍ଚି ନାହିଁ କରୋନା । ଦେଶରେ ସାଢ଼େ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଲାଣି । ଏହାସହ ତାଲାବନ୍ଦ ନିଷ୍ପତ୍ତି ଦେଶବାସୀଙ୍କୁ ଫାଇଦା ଦେଇଛି । ନୁମନା ପରୀକ୍ଷା ଉପରେ ଆମେ ରଣନୀତି କରିଛୁ । ତ୍ରୁଟି ଯୁକ୍ତ ଟେଷ୍ଟ କିଟକୁ ତୁରନ୍ତ ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି । ଦେଶରେ ୩୫୦ଲ୍ୟାବରେ ନୁମନା ପରୀକ୍ଷା ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ବରଦାସ୍ତ କରାଯିବନି । କରୋନା ପାଇଁ ପର୍ଯ୍ୟାପ୍ତ ଭେଣ୍ଟିଲେଟରର ବ୍ୟବସ୍ଥା ମଧ୍ୟ ହୋଇଛି । ଦେଶରେ ପିପିଇ କିଟ୍ ଓ ଏନ-୯୫ ମାସ୍କ ପ୍ରସ୍ତୁତ ଚାଲିଛି ।

ଅନ୍ୟପଟେ ଏପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସ୍ୟାଂ ୭୧୮କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୭୭କୁ ବୃଦ୍ଧି ପାଇଛି । ଦେଶର ୪ହଜାର ୭୪୮ଜଣ ସୁସ୍ଥ ହୋଇଛନ୍ତି । ୧୭ହଜାର ୬୧୦ ଜଣ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ଘଣ୍ଟାରେ ୧୬୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.