fbpx

ଜଗଜୀବନ ମେଡିକାଲରେ ଡାକ୍ତରଙ୍କ ସମେତ ୭ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀ ଦିଲ୍ଲୀରେ କରୋନା ବହୁ ତୀବ୍ର ଭାବେ ବଢିବାରେ ଲାଗିଛି । ବାବୁ ଜଗଜୀବନ ରାମ ମେଡିକାଲ ୭ ନୂଆ ମାମଲା ସାମନାକୁ ଆସିଛି, ଯେଉଁଥିରେ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି । ଏହା ପୂର୍ବରୁ ବି ଏଠାରେ ଏକ ମାମଲା ସାମନାକୁ ଆସିଥିଲା, ଯେଉଁଥିରେ ଡାକ୍ତର ଓ ଷ୍ଟାଫଙ୍କୁ ମିଶାଇ ୧୪ ଜଣ ସଂକ୍ରମିତ ହୋଇଥିଲେ । ଅନ୍ୟପଟେ ଛତ୍ରପୁର ନିକଟ ଚନ୍ଦନ ହୋଲା ଗାଁରେ ରହୁଥିବା ଜଣେ ଏମ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁ ବିଲ୍ଡିଂରେ କର୍ମଚାରୀ ଥିଲେ, ସେଠାରେ ଏମ୍ସର ପ୍ରାୟ ୧୦୦ କର୍ମଚାରୀ ରହୁଛନ୍ତି । ଏହି କର୍ମଚାରୀମାନଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି ।
ଏହା ପୂର୍ବରୁ ଜହାଙ୍ଗିରପୁର ଅଞ୍ଚଳରେ ଏକ ବ୍ଲକର ଗୋଟିଏ ଗଳିରେ ୪୬ଟି ମାମଲା ସାମନାକୁ ଆସିଥିଲା । ଦିଲ୍ଲୀର କେବଳ ଏହି ଅଞ୍ଚଳରେ ୮୯ଟି ମାମଲା ସାମନାକୁ ଆସିଛି ।

Get real time updates directly on you device, subscribe now.