fbpx

(Video)ଲୋମଟାଙ୍କୁରା ଦୃଶ୍ୟ, ଶୋଭାଯାତ୍ରା ସମୟରେ ବାଣଗାଡ଼ିରେ ଲାଗିଗଲା ନିଆଁ ଆଉ ତାପରେ ଯାହା ହେଲା; ଦେଖନ୍ତୁ

AAKASH

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଠିଆ ହୋଇଥିବା ଇ-ରିକ୍ସା ହଠାତ୍ ନିଆଁ ଲାଗିବାପରେ କଣ ହେଇଛି ତାହାର ଭିଡ଼ିଓ ବର୍ତ୍ତମାନ ଭାଇରଲ ହେଉଛି । ଯାହା ସୂଚନାମିଳୁଛି ଇ-ରିକ୍ସାରେ କ୍ରାକର ଲୋଡ୍ ହୋଇଥିବା ଦେଖାଯାଉଛି । ତା’ପରେ ଏହି ବାଣରେ ନିଆଁ ଲାଗିଯାଇଛି । ଏହି ପୁରା ଘଟଣା ଏକ ଦୋକାନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ ସୋମବାର ଏହି ଘଟଣା ଘଟିଛି। ଗ୍ରେଟର ନୋଏଡାର ଦାଦ୍ରି ଜିଟି ରୋଡରେ ଜଗନ୍ନାଥ ଶୋଭା ଯାତ୍ରା ସମୟରେଏହି ଘଟଣା ଘଟିଛି । ଶୋଭାଯାତ୍ରା ସହିତ ଫାୟାରକ୍ରାକ୍ରର ଭର୍ତ୍ତି ଏକ ଇ-ରିକ୍ସା ଚାଲୁଥିଲା। କୁହାଯାଇଛି ଯେ ସେତେବେଳେ ଇ-ରିକ୍ସାରେ ଏକ ନିଆଁ ଲାଗିଥିବା ଫାୟାରଫ୍ରାକ୍ ଖସିପଡିଥିଲା।

ଏହା ପରେ ଇ-ରିକ୍ସାରେ ରଖାଯାଇଥିବା ସମସ୍ତ ବାଣରେ ନିଆଁ ଲାଗିଯାଇଥିଲା । ରାସ୍ତା କଡରେ ଥିବା ଏକ ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି। ନିଆଁ ଲାଗିବା ମାତ୍ରେ ବାଣ ଗୁଡିକ ଏଣେ ତେଣେ ହେଇ ଫୁଟିବା ସହ ବହୁ ଲୋକ ଆହତ ହେଇଥିଲେ । ଲୋକମାନେ ନିଜ ଜୀବନ ରକ୍ଷା କରିବା ପାଇଁ ଏଠାରୁ ଦୌଡିବା ଆରମ୍ଭ କରିଥିଲେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତା ପାର୍ଶ୍ୱରେ ଏକ ଇ-ରିକ୍ସା ପାର୍କିଂ କରାଯାଇଛି। ଭକ୍ତି ଭରା ଗୀତ ମଧ୍ୟ ବାଜୁଛି। ତା’ପରେ ପ୍ରଚଣ୍ଡ ବିସ୍ଫୋରଣ ସହିତ ଇ-ରିକ୍ସାରେ ରଖାଯାଇଥିବା ବାଣରେ କିପରି ନିଆଁ ଲାଗୁଛି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି କିପରି ନିଆଁ ଲାଗିବା ପରେ ଏହି ବାଣ ସବୁ ଛିଟିକି ଦୋକାନ ଭିତରେ ଆଉ ବାହାର ପରିବେଶ କୁ ନଷ୍ଟ କରୁଛି ।

Get real time updates directly on you device, subscribe now.