fbpx

ଇଣ୍ଡିଆନ ରେଲୱେ ଜବ୍ ପୋଷ୍ଟିଂ ନିୟମ ବଦଳିଲା: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଲାଗିଲା ଜବରଦସ୍ତ ଝଟକା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ତରଫରୁ ଜବ୍ ପୋଷ୍ଟିଂକୁ ନେଇ ଆସିଛି ଏକ ବଡ଼ ଖବର । ଯଦି ଆପଣମାନେ ରେଲୱେରେ ଚାକିରି କରି ଆରାମରେ ଜୀବନ ବିତାଇବେ ବୋଲି ଭାବୁଥାନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ଜରୁରୀ ଖବର । ଏଣିକି ରେଲୱେର ଗ୍ରୁପ-୧ ଅଧିକାରୀମାନେ ସିଧାସଳଖ ହେଡକ୍ୱାର୍ଟରରେ ପୋଷ୍ଟିଂ ପାଇ ପାରିବେ ନାହିଁ । ସେଥିପାଇଁ ସେମାନଙ୍କୁ ୧୦ ବର୍ଷ ଫିଲ୍ଡରେ ଡ୍ୟୁଟି କରିବାକୁ ପଡ଼ିବ । ରେଳବାଇ ବୋର୍ଡ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି ।

ପ୍ରାରମ୍ଭିକ ଭାବେ ଫିଲ୍ଡରେ ୧୦ ବର୍ଷ ସମୟ ବିତାଇବା ପରେ ଗ୍ରୁପ-ଏ ଅଧିକାରୀଙ୍କୁ ରେଲୱେ ମୁଖ୍ୟାଳୟରେ ନିଯୁକ୍ତି ଦିଆଯିବ । ପୂର୍ବ ନିୟମ ଅନୁଯାୟୀ ନିଯୁକ୍ତି ହେବା ପରେ ସେମାନଙ୍କୁ ସିଧାସଳଖ ହେଡକ୍ୱାର୍ଟରରେ ପୋଷ୍ଟିଂ ମିଳିଯାଉଥିଲା । ତେବେ ଏହି କଡ଼ା ନିଷ୍ପତ୍ତି କ’ଣ ପାଇଁ ନିଆଗଲା ଓ ଏହାଦ୍ୱାରା ରେଲୱେକୁ କି ଫାଇଦା ମିଳିବ ତା’ ଉପରେ ମଧ୍ୟ ବୋର୍ଡ ତରଫରୁ ମଧ୍ୟ କୁହାଯାଇଛି ।

ରେଳବାଇ ବୋର୍ଡ ମୁତାବକ, ନୂଆ ନିୟମ ଅନୁଯାୟୀ ଜଣେ ଅଧିକାରୀ ଚାକିରି ଆରମ୍ଭର ୧୦ ବର୍ଷ ସମୟ ଫିଲ୍ଡରେ ବିତାଇବେ । ଏହାଦ୍ୱାରା ସେମାନେ ଭଲ ଅନୁଭବ ହାସଲ କରିପାରିବେ । ଏଥିସହିତ କର୍ମଚାରୀମାନେ ଜରୁରୀ, ଡିମାଣ୍ଡିଂ ଓ ଅଧିକ ପ୍ରଡକ୍ଟିଭ୍ ହୋଇପାରିବେ । ଏହା ଯୁବ ଅଧିକାରୀଙ୍କୁ ଆଗାମୀ ଦିନରେ ନୂଆ ନୂଆ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରେରଣା ଯୋଗାଇବ । ଫଳରେ ସେମାନଙ୍କର ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ । ଗ୍ରାମ୍ୟ ଅଞ୍ଚଳରେ ସେମାନେ ରହିବା ଦ୍ୱାରା ସେଠାକାର ଅଭାବ ଅସୁବିଧା ବିଷୟରେ ଭଲ ଭାବେ ଜାଣି ପାରିବେ । ନିକଟରେ ଆନ୍ଧ୍ରପ୍ରଦେଶରେ ଏକ ଟ୍ରେନ ଦୁର୍ଘଟଣା ପରେ କର୍ମଚାରୀମାନେ ଦୁର୍ଘଟଣାସ୍ଥଳକୁ ନିଜେ ଯାଇ ସ୍ଥିତିକୁ ଅନୁଧ୍ୟାନ କରିବାକୁ ରେଲୱେ ବୋର୍ଡ ଅଧ୍ୟକ୍ଷ କହିଥିଲେ ।

Get real time updates directly on you device, subscribe now.