fbpx

ଉମେଶ ପାଲ ହତ୍ୟାକାଣ୍ଡ : ଆହତ କନଷ୍ଟେବଳ ରାଘବେନ୍ଦ୍ର ମୃତ.. ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

ନୂଆଦିଲ୍ଲୀ : ଉମେଶ ପାଲ ହତ୍ୟା ମାମଲାରେ ଆହତ ହୋଇଥିବା ଅନ୍ୟ ଜଣେ କନଷ୍ଟେବଳ ରାଘବେନ୍ଦ୍ରଙ୍କ ମଧ୍ୟ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ନ ୫: ୪୫ ରେ ଚିକିତ୍ସା ସମୟରେ କନଷ୍ଟେବଳ ରାଘବେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଉମେଶ ପାଲଙ୍କୁ ବଞ୍ଚାଇବାବେଳେ ଜଣେ କନଷ୍ଟେବଳ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ କନଷ୍ଟେବଳ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ପୂର୍ବତନ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ୨୪ ଫେବୃଆରୀରେ ବୋମା ଓ ଗୁଳିରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଉମେଶ ପାଲଙ୍କର ମୃତ୍ୟୁ ହୋଇଥିଲା। ଦୁଇ କନଷ୍ଟେବଳ ମଧ୍ୟ ତାଙ୍କ ସୁରକ୍ଷା କାର‌୍ୟ୍ୟରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କନଷ୍ଟେବଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯିଏ ଆଜି ମୃତ୍ୟୁବରଣ କଲେ । ଅର୍ଥାତ୍ ଏହି ଘଟଣାରେ ତିନି ଜଣଙ୍କ ଉପରେ ଗୁଳି ବିନିମୟ ହୋଇଥିଲା ଏବଂ ତିନିଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମଧ୍ୟରୁ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି ।

ସୂଚନାଯୋଗ୍ୟ, ୨୦୦୫ ଜାନୁଆରୀ ୨୫ରେ ବିଏସପିର ପୂର୍ବତନ ବିଧାୟକ ରାଜୁ ପାଲଙ୍କୁ ପ୍ରୟାଗରାଜ ରାସ୍ତାରେ ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଚଳିତବର୍ଷ ୨୪ ଫେବୃଆରୀରେ ଆକ୍ରମଣ କରାଯାଇଥିଲା। ପ୍ରଥମେ ଉମେଶ ପାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.