fbpx
BJD SKY
BJD SKY

ଟେଷ୍ଟ ସିରିଜରେ ସୁଯୋଗ ଦେଲାନି ଟିମ ଇଣ୍ଡିଆ: ଶତକ ମାରି ଦମ୍ ଦେଖାଇଲେ ଏହି ଖେଳାଳି

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଓପନିଙ୍ଗ ଯୋଡିକୁ ନେଇ ସମସ୍ୟା ଘେରରେ ପଡିଛି ଭାରତୀୟ ଦଳ । ପ୍ରଥମ ଦୁଇଟି ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ପାଳି ଆରମ୍ଭ କରିଥିବା ବେଳେ ଇନ୍ଦୋର ଟେଷ୍ଟରେ ଶୁଭମନ ଗିଲ ଦଳରେ ସୁଯୋଗ ପାଇଛନ୍ତି । ତେବେ ଭାରତର ଏହି ଚାଲ୍ ମଧ୍ୟ ଫେଲ ମାରିଛି । ସେପଟେ ଏକ ଦମଦାର ଶତକ ମାରି ଭାରତୀୟ ଟିମକୁ ଉଚିତ ଜବାବ ଦେଇଛନ୍ତି ଷ୍ଟାର ଓପନର ଅଭିମନ୍ୟୁ ଇଶ୍ୱରନ ।

ବାଂଲାଦେଶ ବିପକ୍ଷ ଟେଷ୍ଟ ଟିମରେ ଅଭିମନ୍ୟୁ ଦଳରେ ସାମିଲ ହୋଇଥିଲେ । କିନ୍ତୁ ରୋହିତଙ୍କ ଅନୁପସ୍ଥିତି ଏବଂ ରାହୁଲଙ୍କ ଖରାପ ଫର୍ମ ସତ୍ତେ୍ୱ ତାଙ୍କୁ ଦଳରେ ସୁଯୋଗ ମିଳି ପାରିନଥିଲା । ଏହାପରେ ଦଳରୁ ସେ ବାଦ ପଡିଥିଲେ । କିନ୍ତୁ ଏବେ ସେ ଇରାନୀ କପରେ ଦମଦାର ଶତକ ମାରି ଏହାର ପାଲଟା ଜବାବ ଦେଇଛନ୍ତି । ଗ୍ୱାଲିୟରରେ ଚାଲିଥିବା ଇରାନୀ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି ରେଷ୍ଟ ଅଫ ଇଣ୍ଡିଆ ଏବଂ ମଧ୍ୟପ୍ରଦେଶ । ମ୍ୟାଚର ପ୍ରଥମ ଦିନରେ ୩ ୱିକେଟ ହରାଇ ୩୮୧ ରନ କରିଛି ରେଷ୍ଟ ଅଫ ଇଣ୍ଡିଆ । ଦଳର ଷ୍ଟାର ଓପନର ଅଭିମନ୍ୟୁଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଏକ ଦମଦାର ଶତକ । ଏହା ସହିତ ଫାଷ୍ଟ କ୍ଲାସ କ୍ରିକେଟରେ ନିଜର ୨୨ତମ ଶତକ ହାସଲ କରିଛନ୍ତି ଅଭିମନ୍ୟୁ ଇଶ୍ୱରନ । ତାଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ ୟଶସ୍ୱୀ ଜଏସ୍ୱାଲ ଏକ ବିସ୍ଫୋରକ ଦ୍ୱିଶତକ(୨୧୩) ହାସଲ କରିଛନ୍ତି ।

ଅନ୍ୟ ପକ୍ଷରେ ଆଜିର ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମାତ୍ର ୧୦୯ ରନରେ ଭାରତ ଅଲଆଉଟ ହୋଇଥିବା ବେଳେ ବିରାଟ କୋହଲି ସର୍ବାଦିକ ୨୨ ରନ କରିଛନ୍ତି । ତେବେ ଅଷ୍ଟ୍ରେଲିଆ ଏହି ସ୍କୋରର ପିଛା କରି ପ୍ରଥମ ଦିନ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୧୫୬ ରନ ସଂଗ୍ରହ କରିସାରିଛି । ତେବେ ଭାରତର ବୋଲିଂ ମଧ୍ୟ ଆଜି ଫେଲ ମାରିଛି । କେବଳ ରବିନ୍ଦ୍ର ଜାଡେଜା ହିଁ ସମସ୍ତ ୱିକେଟ ନେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.