fbpx

ମୋଦୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କଲେ କେଜ୍ରିୱାଲ , ବିଜେପିର ଦାବି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ

ନୂଆଦିଲ୍ଲୀ : ମନୀଷ ସିସୋଦିଆଙ୍କ ଗିରଫ ପରେ ଏବେ ଦିଲ୍ଲୀ ରାଜନୀତିରେ ଏକ ହଟଚମଟ ସୃଷ୍ଟି ହୋଇଛି। ବିଜେପି ଆଡ୍ଡାରେ ଖୋଳତାଡ଼ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି କେଜ୍ରିୱାଲ କହିଛନ୍ତି ଏହି ସମୟରେ ମୋଦୀ ଇନ୍ଦିରା ଗାନ୍ଧୀଙ୍କ ପରି ଚରମ କାର‌୍ୟ୍ୟ କରୁଛନ୍ତି ।

ସିଏମ କେଜ୍ରିୱାଲ କହିଛନ୍ତି ଯେ ମୁଁ ହଜାର ହଜାର ଲୋକଙ୍କ ସହ କଥା ହେଲି, ଜନସାଧାରଣଙ୍କ ମଧ୍ୟରେ ବହୁତ କ୍ରୋଧ ରହିଛି । ବିଜେପି କଣ କରୁଛନ୍ତି ତାହା ଜନସାଧାରଣ କହୁଛନ୍ତି। ଯାହାକୁ ଇଚ୍ଛା ଜେଲରେ ପଠାଇଦେଲେ । ସେମାନେ ଆମ୍ ଆଦମୀ ପାର୍ଟିକୁ ବନ୍ଦ କରିବାକୁ ଚାହୁଁଛନ୍ତି, ଯେହେତୁ ସେମାନେ ପଞ୍ଜାବ ଜିତିଥିଲୁ । ସେମାନେ ଏହାକୁ ସହ୍ୟ କରିପାରୁ ନାହାଁନ୍ତି, ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଅଟକିବ ନାହିଁ । ଏବେ ସମୟ ଆସି ଯାଇଛି, ଆମେ ଦ୍ୱାର ଦ୍ୱାର ଅଭିଯାନ ଚଳାଇବୁ । ଏକଦା ଇନ୍ଦିରା ଏମିତି କରିଥିଲେ, ଏବେ ପ୍ରଧାନମନ୍ତ୍ରୀ ତାହା କରୁଛନ୍ତି । ଉପରୱାଲା ଝାଡୁ ଚଲାଇବ ।

କେଜ୍ରିୱାଲ ଆହୁର ମଧ୍ୟ ଦାବି କରି କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ସିସୋଦିଆଙ୍କ ଦ୍ୱାରା କରାଯାଇଥିବା ଉତ୍କୃଷ୍ଟ କାର‌୍ୟ୍ୟ ହେତୁ ତାଙ୍କୁ ଗିରଫ କରାଯାଇଛି। ମନୀଷ ସିସୋଦିଆ ସରକାରୀ ବିଦ୍ୟାଳୟଗୁଡ଼ିକୁ ନବଜୀବନ ଦେଇ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଥିଲେ। ସେହିଭଳି ସତ୍ୟେନ୍ଦ୍ର ଜେନା ବିଶ୍ୱକୁ ସ୍ୱାସ୍ଥ୍ୟର ଏକ ନୂତନ ମଡେଲ ଦେଇଥିଲେ । ଏହି ଦୁଇ ମନ୍ତ୍ରୀଙ୍କ ପାଇଁ ଦେଶ ଗର୍ବିତ । ସମଗ୍ର ବିଶ୍ୱକୁ ଶିକ୍ଷା ଓ ସ୍ୱାସ୍ଥ୍ୟର ଆଦର୍ଶ ପ୍ରଦାନ କରିଥିବା ଉଭୟ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଜେଲ ପଠାଇଦେଲେ । ମଦ ନୀତି କେବଳ ଏକ ବାହାନା, ସବୁକିଛି ନକଲି । ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଭଲ କାମ ବନ୍ଦ ହେଉ, ଆମେ କରୁଥିବା କାମ ସେମାନେ କରିପାରିବେ ନାହିଁ । ଯେଉଁଠାରେ ସେମାନଙ୍କର ସରକାର ଅଛି, ସେମାନେ ଏକ ବିଦ୍ୟାଳୟ ଠିକ୍ କରିପାରିଲେ ନାହିଁ , ଡାକ୍ତରଖାନା ଠିକ୍ କରି ନାହାଁନ୍ତି, ସେଥିପାଇଁ ସେମାନେ ଆମକୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଦିଗରେ ତାଙ୍କ ସରକାର ସର୍ବୋତ୍ତମ କାର‌୍ୟ୍ୟ କରିଛନ୍ତି, ସେଥିପାଇଁ ଏହି ଦୁଇଟି ମନ୍ତ୍ରଣାଳୟର ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଏହା ସଂକେତ ନୁହେଁ, କାମକୁ ସିଧାସଳଖ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କେଜ୍ରିୱାରଲ କହିଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫ ଓ ଇସ୍ତଫା ପରେ ଏବେ ବିଜେପିର ସିଧାସଳଖ ଟାର୍ଗେଟରେ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଆମ୍ ଆଦମୀ ପାର୍ଟି ଆମ୍ ଆଦିମ୍ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତୀବ୍ର ନିନ୍ଦା କରିଛି । ସିସୋଦିଆଙ୍କ ଇସ୍ତଫା ପତ୍ରରେ କୌଣସି ତାରିଖର ଦର୍ଶାଯାଇନଥିବାରୁ ବିଜେପି ମୁଖପାତ୍ର ଗୌରବ ଭାଟିଆ ପ୍ରଶ୍ନ କରିଛନ୍ତି। ଭାଟିଆ କହିଛନ୍ତି ଯେ ଇସ୍ତଫା ପତ୍ର ନିଜେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି, ଏଥିରେ କୌଣସି ତାରିଖ ନାହିଁ। ତେଣୁ ଏହା କେବେକାର ଇସ୍ତଫା ପତ୍ର ତାହା ମଧ୍ୟ ଜଣାନାହିଁ । ମହାଭଷ୍ଟ୍ରାଚାରି “ଆପ୍‌’ ନୁହେଁ, ବରଂ “ପାପ’ ର ପାର୍ଟି । କେଜ୍ରିୱାଲ ଇସ୍ତଫା ଦିଅନ୍ତୁ ବୋଲି ଗୌରବ ଭାଟିଆ ଦାବି କରିଛନ୍ତି ।

Get real time updates directly on you device, subscribe now.