fbpx

IRDAIର ନୂଆ ନିୟମ: ମାନସିକ ରୋଗୀ, ଏଡସ, ଏଚଆଇଭି, ବିକଳାଙ୍ଗଙ୍କୁ ମିଳିବ ଖାସ୍ ବେନିଫିଟ୍, ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ପଲିସୀକୁ ନେଇ ସ୍ୱାସ୍ଥ୍ୟ ବୀମା କମ୍ପାନୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । ଏହାଦ୍ୱାରା ଏଣିକି କିଛି ସ୍ୱତନ୍ତ୍ର ଶ୍ରେଣୀର ଲୋକଙ୍କୁ ବୀମା କଭରେଜ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ ନୂଆ ପ୍ଲାନ ଲାଗୁ କରିବାକୁ ପରାମର୍ଶ ଦେଇଛି ।

ଏହି ନୂଆ ନିୟମ ମୁତାବକ, ସାଧାରଣ ବୀମାକାରୀ ବା ଷ୍ଟାଣ୍ଡ-ଆଲୋନ ସ୍ୱାସ୍ଥ୍ୟ ବୀମାକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପଲିସୀ ଲଞ୍ଚ କରିବା ବାଧ୍ୟତାମୂଳକ ହେବ । ଏହାଦ୍ୱାରା ମାନସିକ ବିକାରଗ୍ରସ୍ତ, ଏଚଆଇଭି / ଏଡସ୍ ଓ ବିକଳାଙ୍ଗ ଲୋକଙ୍କୁ କଭରେଜ୍ ମିଳିପାରିବ । ଏହି ସେଗମେଣ୍ଟରେ ଆସୁଥିବା ଲୋକଙ୍କ ପାଇଁ ବୀମା କଭରେଜ ଆଣିବା ପାଇଁ ଆଇଆରଡିଏଆଇ ଦୀର୍ଘଦିନରୁ ପ୍ଲାନିଂ କରିଆସୁଥିଲା । ନିୟମିତ ସ୍ୱାସ୍ଥ୍ୟ ବୀମା କଭରେଜରେ ମାନସିକ ରୋଗକୁ ଯୋଡ଼ିବା ପାଇଁ ପାଖାପାଖି ୧ ବର୍ଷ ପୂର୍ବରୁ ନିୟାମକ ସ୍ୱାସ୍ଥ୍ୟ ବୀମାକାରୀଙ୍କୁ କହିଥିଲା । ମାତ୍ର ବୀମା କମ୍ପାନୀମାନେ ଏ କ୍ଷେତ୍ରରେ ମନ୍ଥରତା ଦେଖାଇବାରୁ ଏବେ ଏହାକୁ ଶୀଘ୍ର ଲାଗୁ କରିବାକୁ କୁହାଯାଇଛି ।

ଏନେଇ ଆଇଆରଡିଏଆଇ ଏକ ସର୍କୁଲାର ଜାରି କରିଛି । ସେଥିରେ କୁହାଯାଇଛି ସମସ୍ତ ପଞ୍ଜିକୃତ ସାମାନ୍ୟ ଓ ଷ୍ଟେଟ-ଆଲୋନ ସ୍ୱାସ୍ଥ୍ୟ ବୀମା କମ୍ପାନୀଙ୍କୁ ନିଜର ଉତ୍ପାଦକୁ ବାଧ୍ୟତାମୂଳକ ଭାବେ ଲଞ୍ଚ କରିବାକୁ ପଡ଼ିବ । ଏହି ପଲିସୀକୁ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ସମ୍ବନ୍ଧିତ ଅଧିନିୟମରେ ପ୍ରାବଧାନ ମଧ୍ୟ ସାମିଲ କରାଯାଇଛି । ଏହାଛଡ଼ା କୌଣସି ଯୋଗ୍ୟ ଶ୍ରେଣୀ ଯେପରି କୌଣସି କଭରେଜରୁ ବଞ୍ଚିତ ନହେବେ ସେଥିପାଇଁ ଅନୁମୋଦିତ ଅଣ୍ଡରଟେକିଂ ନୀତି ପ୍ରସ୍ତୁତ କରିବାକୁ ବୀମା କମ୍ପାନୀଙ୍କୁ ଆଇଆରଡିଏଆଇ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.