fbpx

ଲେଖା ହୋଇଥିବା ନୋଟ ବ୍ୟାଙ୍କ ଗ୍ରହଣ କରେ କି? ଜାଣନ୍ତୁ ଏହାର ପ୍ରକୃତ ସତ୍ୟତା

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଦେଖିଥିବେ କିଛି ନୋଟରେ ଲୋକମାନେ ଅନେକ କଥା ଲେଖି ଦେଇଥାନ୍ତି । କେହି କେହି ଏଥିରେ ନିଜ ନାମ, ଫୋନ ନମ୍ବର କିମ୍ବା ପାର୍ଟନରଙ୍କ ନାମ ମଧ୍ୟ ଲେଖି ଦେଉଥିବାର ଦେଖାଯାଇଥାଏ । ତେବେ ଏହାକୁ ନେଇ ଗୋଟିଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥାଏ । ନୋଟ୍ ରେ ଲେଖା ହେଲେ ଏହା ବାହାରେ ମାନ୍ୟ ହୋଇଥାଏ ନା ରିଜେକ୍ଟ ହୋଇଯାଏ । ବ୍ୟାଙ୍କ ଏହାକୁ ଗ୍ରହଣ କରିବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର:

କୌଣସି ନୋଟରେ କିଛି ଲେଖା ଥିଲେଏହାକୁ ଗ୍ରହଣ କରିବା ପାଇଁ ଅନେକ ଲୋକ ମନା କରି ଦେଇଥାନ୍ତି । ତେବେ ଏହି ନୋଟ୍ ଗୁଡିକ ବୈଧ ଭାବରେ ଗଣାଯାଇ ନଥାଏ ଏବଂ ଏଗୁଡିକ ଅମାନ୍ୟ ହୋଇଯାଏ । ଏଭଳି କିଛି ମେସେଜ ଏବେ ଭାଇରାଲ ହେବାରେ ଲାଗିଛି । ଏହି ମେସେଜରେ ଦାବି ହୋଇଛି ଯେ, ଏହି ନିର୍ଦ୍ଦେଶ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଜାରି କରାଯାଇଛି । ତେବେ ପିଆଇବି ଫ୍ୟାକ୍ଟଚେକରେ ଲୋକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର । ପିଆଇବି ଫ୍ୟାକ୍ଟଚେକର ଟ୍ୱିଟ୍ କରିଛନ୍ତି ଯେ, ‘ନା, ଲେଖାଥିବା କୌଣସି ବ୍ୟାଙ୍କ ନୋଟ ଅମାନ୍ୟ ହୋଇନଥାଏ ଏବଂ ବୈଧ ମୁଦ୍ରା ଭାବେ ପ୍ରଚଳିତ ହୋଇପାରିବ ।’ ତେବେ କ୍ଲିନ ନୋଟ ପଲିସି ଦ୍ୱାରା ଲୋକମାନଙ୍କୁ ନୋଟରେ କିଛି ନ ଲେଖିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ଦ୍ୱାରା ନୋଟ ଖରାପ ହେବା ସହ ଏହାର ଜୀବନକାଳ ମଧ୍ୟ କମ୍ କରିଥାଏ ।

ତେବେ ପ୍ରେସ ଇନଫରମେସନ ବ୍ୟୁରୋ ଫ୍ୟାକ୍ଟ ଚେକ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ଦେବା ପରେ ଲୋକମାନଙ୍କ ମନରେ ଥିବା ଭ୍ରମ ଶେଷ ହୋଇଛି । ଏହି ଟ୍ୱିଟକୁ ୧୦ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Get real time updates directly on you device, subscribe now.