fbpx

ପୁଣି ବଡ଼ ଦୁର୍ଘଟଣା: ବସ ଉପରେ ଚଢ଼ିଗଲା ଟ୍ରଲର, ଘଟଣାସ୍ଥଳରେ ୭ମୃତ ୪ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣା ଯେପରି ମାମୁଲି ହେଇ ଗଲାଣି । ପ୍ରତିଦିନ ଏହି ଭଳି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଶୁକ୍ରବାର ଦିନ ହରିୟାଣାର ଅମ୍ବାଲା ଠାରେ ଏକ ସଡ଼କ ଦୁର୍ଘଟଣା ହେଇଛି। ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି।

ଏହି ଘଟଣାକୁ ଯମୁନା ନଗର-ପଞ୍ଚକୁଲା ରାଜପଥରେ ହେଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଏହି ଘଟଣା ଶାହାଜାଦପୁର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଅଟେ । ଏଠାରେ ରାଜପଥରେ ଏକ ଟ୍ରେଲର ଟ୍ରକ ଏବଂ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ଏ ବାବଦରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ରେ ଯାଇଥିବା ଲୋକ ମାନଙ୍କ ପରିଚୟ ଖୋଜିବା ସହିତ ଆହତ ମାନଙ୍କୁ କିପରି ଅଧିକ ସେବା ମିଳି ପାରିବ ସେହି ଦିଗରେ କାର୍ଯ୍ୟ କରୁଛି ।

Get real time updates directly on you device, subscribe now.