fbpx

ଅଜଣା ଗାଡ଼ି ନେଲା ରକ୍ଷକଙ୍କ ଜୀବନ: ସଡ଼କ ଦୁର୍ଘଟଣାରେ DSP ମୃତ

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟର ଅବସ୍ଥା ନ କହିବା ଭଲ । ସାମାନ୍ୟ ବ୍ୟତିକ୍ରମ ହେଲେ ଦୁର୍ଘଟଣା ଘଟି ମୃତାହତ ହେବା ଅବଶ୍ୟମ୍ଭାବୀ । ଦେଶର କୋଣ ଅନୁକୋଣରେ ଦୈନିକ କେହି ନା କେହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ତେବେ ଆଜି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ସିନିୟର ପୋଲିସ ଅଧିକାରୀ । ଗୋଟିଏ ଅଜ୍ଞାତ ଯାନ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୂଚନା ମୁତାବକ, ହରିୟାଣାର ହିସାରରେ ଏକ ଅଜଣା ଗାଡ଼ି ଧକ୍କାରେ ହରିୟାଣାର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି) ଚନ୍ଦ୍ରପାଲ ମୃତ୍ୟୁବରଣ କରିଛନ୍ତି । ଚନ୍ଦ୍ରପାଲ ସାଇକେଲରେ ଯାଉଥିଲେ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ଅଗ୍ରୋହା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏନେଇ ପୋଲିସରେ ଏକ ମାମଲା ଦର୍ଜ କରାଯିବା ସହ ଧକ୍କା ଦେଇଥିବା ଯାନକୁ ଖୋଜା ଚାଲିଛି ।

ସୂଚନା ମୁତାବକ, ଚନ୍ଦ୍ରପାଲ ନିୟମିତ ସାଇକ୍ଲିଂ କରନ୍ତି । ମାତ୍ର ଆଜି ସାଇକେଲରେ ଯାଉଥିବା ସମୟରେ ଦୁର୍ଭାଗ୍ୟବଶତଃ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସେ ତଳେ ପଡ଼ିଯିବା ପରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ତେବେ ଧକ୍କା ଦେଇ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଉପସ୍ଥିତ ଲୋକମାନେ କହିଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରପାଲଙ୍କ ସାଇକେଲ, ହେଲମେଟ ଓ ପାଣି ବୋତଲ ପଡ଼ି ରହିଥିଲା ।

Get real time updates directly on you device, subscribe now.