fbpx

ବାପାଙ୍କୁ କିଛି ହେଲେ କାହାରିକୁ ଛାଡ଼ିବି ନାହିଁ, ଦିଲ୍ଲୀର ଆସନ ଦୋହଲାଇ ଦେବି….ସୋସିଆଲ ମିଡିଆରେ ଭାଇରଲ ହେଉଛି ରୋହିଣୀଙ୍କ ଟ୍ୱିଟ

ନୂଆଦିଲ୍ଲୀ :କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ମଙ୍ଗଳବାର ଦିନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପ୍ରାୟ ଅଡ଼େଇ ଘଣ୍ଟା ପ୍ରଶ୍ନ କରିଛି। ଏହି ଅନୁସନ୍ଧାନ IRCTC ସ୍କାମରେ ହୋଇଥିବା ଜମି ଦୁର୍ନୀତି ପାଇଁ ପଚାର ଉଚୁରା ଚାଲିଛି। ଲାଲୁଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍ ଦିଲ୍ଲୀର ମିସା ଭାରତୀଙ୍କ ବାସଭବନରେ ପହଞ୍ଚିଥିଲା। ଏହାପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବିଡି ଦେବୀଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରିଥିଲା।

ଏହି ସମୟରେ ଲାଲୁଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ଟ୍ୱିଟ କରି କହିଛନ୍ତି ଯେ ପାପାଙ୍କୁ ହଇରାଣ କରାଯାଉଛି। ଯଦି ତାଙ୍କର ସହିତ କିଛି ଘଟେ, ମୁଁ କାହାକୁ ଛାଡିବି ନାହିଁ । ତୁମେ ବାପାଙ୍କୁ ଅସୁବିଧାରେ ପକାଉଛ, ଏହା ଠିକ୍ କଥା ନୁହେଁ । ଏସବୁ ମନେରଖିବ । ସମୟ ଶକ୍ତିଶାଳୀ, ଏହାର ମହାନ ଶକ୍ତି ଅଛି ।ଏହାକୁ ମନେ ରଖିବାକୁ ହେବ।

ସୂଚନାମୁତାବକ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାୱଡି ଦେବୀଙ୍କ ପରେ ଆଜି ଲାଲୁ ଯାଦବଙ୍କୁ ପଚରାଉଚରା କରିବ ସିବିଆଇ । ତେଣୁ ସିବିଆଇ ଟିମ୍ ମୀସା ଭାରତୀର ଦିଲ୍ଲୀ ସ୍ଥିତ ଆବାସରେ ପହଁଚିଛି । ଲ୍ୟାଣ୍ଡ ଫର ଜବ ମାମଲାକୁ ନେଇ ସିବିଆଇ ଲାଲୁ ଯାଦବଙ୍କୁ ସମନ ପଠାଇଥିଲେ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାକୁ ନେଇ ଆଜି ସିବିଆଇ ଲାଲୁଙ୍କୁ ପଚରା ଉଚରା କରିଛି।

ଲ୍ୟାଣ୍ଡ ଫର ଜବ କେସ ୧୪ ବର୍ଷର ପୂରୁଣା ଅଟେ । ସେହି ସମୟରେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ । ଦାବି କରାଯାଉଛି ଯେ, ସେ ଲୋକମାନଙ୍କୁ ଚାକିରି ଦେବା ବଦଳରେ ତାଙ୍କୁ ଠାରୁ ଜମି ଆଣି ନିଜ ନାମରେ କରିଦେଇଛନ୍ତି ।

Get real time updates directly on you device, subscribe now.