fbpx

Zomatoରେ ଶୁଭମଙ୍କ ଅଜବ ଡିମାଣ୍ଡ, ୧୪ ଥର ମାଗିଲେ ଭାଙ୍ଗ ବଟିକା; ପୋଲିସର ଉତ୍ତର ଦେଖିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ହୋଲି ଅବସରରେ ରଙ୍ଗ ଏବଂ ଭାଙ୍ଗ ବିଷୟରେ ଉଲ୍ଲେଖ କରିବା ଏକ ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ ଲୋକମାନେ ଖାଦ୍ୟ ସେବା ପ୍ରଦାନକାରୀଙ୍କଠାରୁ ଏହା ଦାବି କରିବା ଆରମ୍ଭ କରନ୍ତି, ସେତେବେଳେ ମାମଲାଟି ଦେଖିଲେ ଆପଣ ମଧ୍ୟ ହସିଦେବେ । ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ସହିତ ସମାନ ଘଟଣା ଘଟିଛି । ଏହି ସେବା ସେମାନେ ପ୍ରଦାନ କରୁ ନଥିବା କହି କାନ୍ଦୁଥିବା ଇମୋଜି ସେୟାର କରି ଟ୍ୱିଟ୍ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଏଉ ଏହା ପରେ ଲୋକ ମାନେ ତାଙ୍କ ହସିବା ବନ୍ଦ କରିବାକୁ ସକ୍ଷମ ହେଇପାରୁନାହାନ୍ତି । ଆଉ କୌତୁହଳର ବିଷୟ ହେଉଛି ଦିଲ୍ଲୀ ପୋଲିସ ଏହା ଉପରେ ପ୍ରତିକ୍ରିୟା ରଖିଛି।

ଜୋମାଟୋ ଟ୍ୱିଟରେ ଲେଖିଛନ୍ତି, ‘ଗୁରୁଗ୍ରାମରେ ରହୁଥିବା ଶୁଭମଙ୍କୁ କେହି ଜଣାନ୍ତୁ ଯେ ଆମେ ଭାଙ୍ଗ ବଟିକା ବିତରଣ କରୁନାହୁଁ। ସେ ଆମକୁ ୧୪ ଥର ପଚାରିଛନ୍ତି । ଏହି ଟୁଇଟ୍କୁ ରିଟ୍ୱିଟ କରି ଦିଲ୍ଲୀ ପୋଲିସ କହିଛି ଯେ ଶୁଭମ୍ ଙ୍କୁ କେହି ଭେଟନ୍ତି … ତା’ହେଲେ ଯଦି ସେ ଭାଙ୍ଗ ଖାଉଛନ୍ତି ତେବେ ଗାଡି ଚଳାନ୍ତୁ ନାହିଁ। ଜୋମାଟୋ ଏବଂ ଦିଲ୍ଲୀ ପୋଲିସର ଏହି ଟ୍ୱିଟ୍ ଉପରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି । ଜୋମାଟୋଙ୍କ ଟ୍ୱିଟକୁ ଏପର୍ଯ୍ୟନ୍ତ ଅନେକ ଶହ ଲୋକ ପସନ୍ଦ କରିଛନ୍ତି। ଅନେକ ଲୋକ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

ତେବେ ସୋସିଆଲ ମିଡିଆରେ ଏହି ଟ୍ୱିଟ ଖୁବ ଭାଇରଲ ହେବାର ଲାଗିଛି ।

Get real time updates directly on you device, subscribe now.