fbpx

ଫେବୃଆରୀରେ ଭାରତର ଇନ୍ଧନ ଚାହିଦା ୨୪ ବର୍ଷ ଶୀର୍ଷରେ, ଜାଣନ୍ତୁ ଭାରତରେ କାହିଁକି ବଢୁଛି ଇନ୍ଧନର ଚାହିଦା?

ନୂଆଦିଲ୍ଲୀ: ଚଳିତ ବର୍ଷ ପେବୃଆରୀ ମାସରେ ଭାରତର ଇନ୍ଧନର ଚାହିଦା ଗତ ୨୪ ବର୍ଷରେ ଶୀର୍ଷରେ ପହଞ୍ଚିଛି। ଯାହା ପ୍ରମାଣ କରୁଛି ଯେ, ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଫେବୃଆରୀ ମାସରେ ଦୈନିକ ୫% ବୃଦ୍ଧି ପାଇଁ ପ୍ରତିଦିନ ୪.୮୨ ବ୍ୟାରେଲ(୧୮.୫ ମିଲିୟନ ଟନ୍‌) ଇନ୍ଧନ ବ୍ୟବହାର ହେଉଥିଲା। ଲଗାତାର ୧୫ ବର୍ଷ ପାଇଁ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ଯାହା ୨୪ ବର୍ଷ ତଳେ ୧୯୯୮ ମସିହାରେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛି ବୋଲି ସମ୍ପୃକ୍ତ ମନ୍ତ୍ରଳାୟ ପକ୍ଷରୁ ମିଳିଥିବା ତଥ୍ୟ କହୁଛି।

ଋଷ- ୟୁକ୍ରେନ୍ ଯୁଦ୍ଧ ପରେ ଭାରତ ଶସ୍ତା ଦରରେ ଋଷଠାରୁ ତେଲ ଆମାଦାନୀ କରୁଛି। ଏବେ ଭାରତ ଋଷଠାରୁ ତେଲ କିଣିବା ପାଇଁ ଆମେରିକାର ଡଲାର ବ୍ୟବହାର କରୁ ନାହିଁ, ସେହିପରି କିଛି ମଧ୍ୟପ୍ରାଚ୍ୟ ଦେଶରୁ ମଧ୍ୟ ତେଲ କିଣିବାରେ ଭାରତ ଭାରତୀୟ ଟଙ୍କା କିମ୍ବା ଧିରାମ ବ୍ୟବହାର କରୁଛି ଏବଂ ଏବେ ବିଭିନ୍ନ ଦେଶ ଭାରତକୁ ତେଲ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ପ୍ରତିଦ୍ବନ୍ଦିତା ବୃଦ୍ଧି ପାଇଛି। ଯେଉଁ କାରଣରୁ ତେଲର ଦର କମ୍ ରହିଛି। ତେଣୁ ଏହି ଚାହିଦା ବୃଦ୍ଧି ଭାରତକୁ ଲାଭ ଆଣି ଦେଇଛି। କାରଣ ଭାରତ ଏବେରୁଷଠାରୁ ଶସ୍ତାରେ ତୈଳ ଆମଦାନୀ କରୁଛି। ତେବେ ଏହି ଚାହିଦା ବୃଦ୍ଧି ପଛରେ ଦେଶର ପ୍ରାଥମିକ କ୍ଷେତ୍ର ଏବଂ ଘରୋଇ ବଜାରରେ ବ୍ୟବହାରରେ ବୃଦ୍ଧି କାରଣରୁ ହୋଇଛି।

ଫେବୃଆରୀ ମାସରେ ପେଟ୍ରୋଲ ବିକ୍ରି ଗତବର୍ଷ ତୁଳନାରେ ୮.୯% ବୃଦ୍ଧି ପାଇ ୨.୮ ମିଲିୟନ ଟନ୍‌ରେ ପହଞ୍ଚିଛି । ସେହିଭଳି ଡିଜେଲ୍ ଚାହିଦା ୭.୫% ବଢି ୬.୯୮% ରେ ପହଞ୍ଚିଛି । ଏହାବାଦ୍ ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ପିଚୁ ବ୍ୟବହାର ୨୧.୫% ବୃଦ୍ଧି ପାଇଛି । ତେବେ ଫେବୃଆରୀ ମାସରେ ତେଳ ଦର ପାଞ୍ଚ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । କିନ୍ତୁ ଏହି ସମୟରେ ରୋଶେଇ ପାଇଁ ବ୍ୟବହାର ହେଉଥିବା ଏଲପିଜି ଗ୍ୟାସ୍ ଚାହିଦା ୦.୧% ହ୍ରାସ ପାଇଛି ।

୨୦୨୩ ପାଇଁ, ଚାହିଦା ଅଭିବୃଦ୍ଧି ହାର ଜେଟ୍ ଇନ୍ଧନ ପରେ ପେଟ୍ରୋଲ ଏବଂ ପରେ ଡିଜେଲ / ଗ୍ୟାସ ତେଲ ରହିବ ବୋଲି ଆକଳନ କରାଯାଇଛି । ଏହି ଆକଳନ ଅନୁଯାୟୀ ଆସନ୍ତା ବର୍ଷ ଭାରତର ଇନ୍ଧନ ଚାହିଦା ୪.୭ ପ୍ରତିଶତ ବୃଦ୍ଧି ପାଇବ । ଯାହାଫଳରେ ୨୦୨୩-୨୪ରେ ଭାରତରେ ଇନ୍ଧନ ବ୍ୟବହାର ୨୨୨.୯ ମିଲିୟନ ଟନ୍‌ରୁ ୨୩୩.୮ ଟନ୍‌କୁ ବୃଦ୍ଧି ପାଇବ ।

ଘରୋଇ ବଜାରରେ ପାସେଞ୍ଜର ଯାନରେ ବ୍ୟବହାର ହେଉଥିବା ଗ୍ୟାସୋଲିନ୍ ତେଲ ୭.୧% ପ୍ରତିଶତ ବୃଦ୍ଧି ପାଇ ୩୭.୮%କୁ ବଢିପାରେ । ସେହିଭଳି ଗ୍ୟାସ ବ୍ୟବହାର ୪.୨ ପ୍ରତିଶତ ବୃଦ୍ଧି ପାଇ ୯୦.୬କୁ ବଢିବ । ଏହି ସମୟରେ ବିମାନରେ ବ୍ୟବହାର ହେଉଥିବା ତୈଳ ୧୪% ବୃଦ୍ଧି ପାଇଁ ୮.୬%ରେ ପହଞ୍ଚିବ ।

Get real time updates directly on you device, subscribe now.