fbpx

ଜଣେ ବ୍ୟକ୍ତି ଗୋଟିଏ ଦିନରେ ଦୁଇ ଲିଭ୍-ଇନ୍ ପର୍ଟନରଙ୍କୁ ବାହାହେଲେ, ସମସ୍ତଙ୍କର ପୂର୍ବରୁ ଗୋଟିଏ ଲେଖାଁ ଛୁଆ

ହାଇଦ୍ରାବାଦ: ତେଲେଙ୍ଗାନାର ଜଣେ ଆଦିବାସୀ ବ୍ୟକ୍ତି ଗୋଟିଏ ଦିନରେ ଦୁଇ ଝିଅକୁ ବିବାହ କରିଛନ୍ତି । ସେହି ଝିଅ ମାନଙ୍କ ସହ ସେ ୩ବର୍ଷ ହେଲାଣି ଲିଭ୍-ଇନ୍ ରହୁଥିବା କଥା ସାମ୍ନାକୁ ଆସିଛି । ଏହି ବିବାହଟି ଗତ ବୁଧବାର ରାତ୍ରୀରେ ଭଦ୍ରାଦ୍ରୀ କୋଥାଗୁଦେମ ଜିଲ୍ଲାର ଏକ ଗ୍ରାମରେ ହୋଇଛି । ବିବାହରେ ଅନେକ ସଂଖ୍ୟାଧିକ ଆଦିବାସୀ ଯୋଗ ଦେଇଥିଲେ ।

ଏମ.ସତୀବାବୁ ନାମକ ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଗାଁର ଝିଅ, ସ୍ୱପ୍ନା ଏବଂ ସୁନିତାଙ୍କୁ ପ୍ରେମ କରି ତାଙ୍କ ସହ ଲିଭ୍-ଇନ୍ ରେ ରହୁଥିଲେ । ସୁନିତା ଏକ ପୁତ୍ର ସନ୍ତାନ ଜନ୍ମ କରିଥିବା ବେଳେ ସ୍ୱପ୍ନା ଏକ କନ୍ୟା ଶିଶୁ ଜନ୍ମ କରିଛନ୍ତି । ଏହି ବିବାହକୁ ନେଇ ଦୁଇ ଝିଅଙ୍କ ପରିବାର ଝଗଡା କରିଥିଲେ । ହେଲେ ସତୀବାବୁ ଏହାର ସମାଧାନ କରି ଦୁଇ ଝିଅଙ୍କୁ ବିବାହ କରିବାକୁ ରାଜି କରାଇଥିଲେ ।

ସୂଚନା ଅନୁଯାୟୀ, ଏମାନଙ୍କ ବାହାଘର ସଂପୂର୍ଣ୍ଣ ରୀତିନୀତି ଅନୁସାରେ ହୋଇଛି । ଏମାନଙ୍କ ବିବାହର କାର୍ଡରେ ଦୁଇ ବଧୂଙ୍କ ନାମ ମଧ୍ୟ ଲେଖାଯାଇଛି । ସେଠାରେ କିଛି ମିଡିଆ ଲୋକ ପହଁଚି ଏହି ବିବାହକୁ ବନ୍ଦ କରିବା ପାଇଁ କହିଥିଲେ । ହେଲେ ସେଠାର ଆଦିବାସୀ ସମ୍ପ୍ରଦାୟ ଅନୁସାରେ, ଜଣେ ବ୍ୟକ୍ତି ଏକସାଙ୍ଗରେ ଦୁଇଟି ଝିଅକୁ ବିବାହ କରିବାର ପ୍ରଥାକୁ ସ୍ୱୀକାର କରେ ତେଣୁ ତାଙ୍କ ବିବାହ ରୀତିନୀତି ଅନୁସାରେ ସଂପର୍ଣ୍ଣ ହୋଇଥିଲା ।

Get real time updates directly on you device, subscribe now.