fbpx

ଆଜି ପବିତ୍ର ଅକ୍ଷୟ ତୃତୀୟା,ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ,ସମାଜିକ ଦୂରତା ରଖି ଅଖିମୁଠି ଅନୁକୂଳ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ଅଜିପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣା କୁ ନେଇ ଗଜପତି ମହାରାଜ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ନିଷ୍ପତ୍ତି ଅନୁଯାୟୀ ଆନନ୍ଦବଜାର ଚାହାଣିମଣ୍ଡପରେ ରଥକାଠ ଅନୁକୂଳର ଆଦ୍ୟପର୍ବ ବନଯାଗ ନୀତି ଅନୁଷ୍ଠିତ ହେବ । କିନ୍ତୁ ଏଥିରେ ମଧ୍ୟ ତିନି ରଥର ମହାରଣା ,ରାଜଗୁରୁ ଙ୍କ ସମେତ ସିମୀତ ସଦସ୍ୟ ଏହି ସମୟରେ ଉପସ୍ଥିତ ରହିବେ । କିନ୍ତୁ ଅନୁକୂଳ ପରେ ବି ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ।

ସେହିପରି ଆଜି ରାଜ୍ୟର ପ୍ରତ୍ୟେକଟି ଚାଷୀ ପରିବାର ବିଲରେ ଚାଷକାର୍ଯ୍ୟ ଆରମ୍ଭ ର ପରମ୍ପରା ରହିଛି । ବର୍ଷର ପ୍ରଥମ ବିହନ ପ୍ରତିକାତ୍ମକ ଭାବେ ଆଜିହିଁ ବୁଣାଯିବାର ପରମ୍ପରା ରହିଛି । କିନ୍ତୁ ଏଥର ସାମଜିକ ଦୂରତା ରଖି ଏହା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.