fbpx

ଦେଶରେ ଅଢ଼େଇକୋଟି ମୋବାଇଲ ଫୋନ ପାଲଟିଛି ଖେଳନା ,ମେ ଶେଷ ସୁଦ୍ଧା ୪ କୋଟି ଲୋକଙ୍କ ପାଖରେ ନଥିବ ମୋବାଇଲ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଦେଶରେ ଲକ ଡାଉନ ପୂର୍ବରୁ ଥିଲେ ୮୫ କୋଟି ମୋବଇଲ ଉପଭୋକ୍ତା ।ଯେଉଁଥିରୁ ଏବେ ଅଢ଼େଇକୋଟି ମୋବାଇଲ ଫୋନ ଏବେ ଅଚଳ । ୧୦ ରୁ ୧୨ କୋଟି ଲୋକ ଅନଲାଇନ ରିଚାର୍ଜ ବିଷୟରେ ଜାଣିନଥିବାରୁ ସେଗୁଡିକ ଏବେ ଖେଳନା ପାଲଟିଛି ।ସେହିପରି ମୋବାଇଲ ମରାମତି ଦୋକାନ ବନ୍ଦ ଥିବାରୁ ଲୋକେ ନିଜ ମୋବାଇଲ ମରାମତି କରିପାରୁ ନାହାଁନ୍ତି । ଲକ ଡାଉନର ଅବଧି ଯଦି ପୁଣି ବୃଦ୍ଧି ପାଏ ତେବେ ଦେଶରେ ଅଚଳ ମୋବାଇଲ ସଂଖ୍ୟା ୪ କୋଟି ଛୁଇଁବ ।

ତାଛଡା ଅନଲାଇନରେ ମୋବାଇଲ ବିକ୍ରିକୁ ମଧ୍ୟ ଅନୁମତି ନାହିଁ । ଏଭଳି ଅବସ୍ଥାରେ ନୂଆ ଉପଭୋକ୍ତା ବି ନାହାନ୍ତି । ଏଭଳି ଆକଳନ କରିଛି ଆଇ.ସି.ଇ.ଏ । ଖୁବଶୀଘ୍ର ଏଥିପାଇଁ ମୋବାଇଲ ମରାମତି ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି ।

Get real time updates directly on you device, subscribe now.