fbpx

କରୋନା ମୁକାବିଲା ପାଇଁ ଆମେରିକାକୁ ଭିକ ମାଗୁଛି ,ସେପଟେ ମିଶାଇଲ ଟେଷ୍ଟ କରୁଛି ପାକିସ୍ତାନ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ସାରା ବିଶ୍ୱରେ କରୋନା ପାଇଁ ହାହାକାର । ଆର୍ଥିକ ମାନ୍ଦାବସ୍ଥା । କରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି ପ୍ରାୟ ୭୦ ଦେଶର ଗବେଷକ । ଏଭଳି ସମୟରେ ମିଶାଇଲ ଟେଷ୍ଟ କରିଛି ପାକିସ୍ତାନ । ଗତକାଲି ଆରବସାଗରେ ଏହି ସର୍ଫେସ ଟୁ ଏୟାର ମିଶାଇଲର ସଫଳ ଟେଷ୍ଟ କରାଯାଇଥିବା ପାକିସ୍ତାନ ସେନାର ଜଣେ କମାଣ୍ଡର ସ୍ପଷ୍ଠ କରିଛନ୍ତି । କିନ୍ତୁ କରୋନା କରାଳ ସମୟରେ ଏଭଳି ଶକ୍ତିପରୀକ୍ଷଣ କୁ ଅନେକ ନିନ୍ଦା କରିଛନ୍ତି । ଏହା ନୁହେଁ କି ପାକିସ୍ତାନରେ କରୋନା କ୍ଷତି ପଂହଚାଉନାହିଁ ,ତା ସତ୍ତେ୍ୱ ବି ସେ ଦିଗକୁ ତାର ନଜର ନାହିଁ । କରୋନା ମୁକାବିଲା ପାଇଁ ପ୍ରଥମେ ଭାରତ ପାଖରେ ହାତ ପାତିଥିଲା ପାକିସ୍ତାନ । କିନ୍ତୁ ନିରାଶ ହୋଇଥିଲା । ପରେ ଆମେରିକାର ଶରଣ ପଶିଥିଲା ।ଆମେରିକା ବି ନିଜ ବିପତ୍ତି ସମୟରେ ମାନବିକ ମୂଲ୍ୟବୋଧ ପାଇଁ ପାକିସ୍ତାନକୁ ୬୫ କୋଟିର ସାହାଯ୍ୟ ଦେଇଥିଲା । ଯେଉଁଠି ଭାରତ କରୋନା ପାଇଁ ତାର ସମସ୍ତ ସାମରିକ ଚୁକ୍ତିକୁ ସାମୟିକ ସ୍ତଗିତ ରଖିଛି ସେଠି ଏବେ ପାକିସ୍ତାନର ଏହି ପରୀକ୍ଷଣ ତାକୁ ସାରାବିଶ୍ୱରେ ନିନ୍ଦତ କରିଛି ।

Get real time updates directly on you device, subscribe now.