fbpx

ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡିତଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: କ୍ଷତିପୂରଣ ଦାବି ଖାରଜ..

ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦୁର୍ଘଟଣା ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି । ବହୁଚର୍ଚ୍ଚିତ ଏହି ଗ୍ୟାସ ଦୁର୍ଘଟଣାରେ ପୀଡିତମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରି ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ ଟ୍ରାଜେଡିରେ ପୀଡିତମାନଙ୍କୁ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ରାଶି ଦେବା ପାଇଁ ଏକ କ୍ୟୁରେଟିଭ ଯାଚିକା ଦାୟର କରିଥିଲେ କେନ୍ଦ୍ର ସରକାର । ଗ୍ୟାସ ପୀଡିତଙ୍କ ପାଇଁ କାମ କରୁଥିବା ସଂଗଠନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେଣୁ କ୍ଷତିପୂରଣ ରାଶିକୁ ପରିବର୍ତ୍ତନ କରିବା ସହ ପୁଣିଥରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଉ ବୋଲି ଦାବି କରି ଏହି କ୍ୟୁରେଟିଭ ପିଟିସନ ଦାୟର କରାଯାଇଥିଲା ।

କିନ୍ତୁ ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠର ସମ୍ବିଧାନ ଏହି ସଙ୍ଗୀନ ମାମଲାକୁ ଖାରଜ କରିଛନ୍ତି । ପୀଡିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ପାଇଁ ୟୁନିଅନ କାର୍ବାଇଡ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ୭୪୦୦ କୋଟିରୁ ଅଧିକ ଟଙ୍କା ପାଇଁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ନାମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ ।

Get real time updates directly on you device, subscribe now.