fbpx

Underwear ପିନ୍ଧି ବାହାରିଲେ ଇଂଲଣ୍ଡ ଅଧିନାୟକ: ଷ୍ଟୋକ୍ସଙ୍କ ଡ୍ରେସିଙ୍ଗ ରୁମ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ବେନ ଷ୍ଟୋକ୍ସ ବର୍ତ୍ତମାନ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏହି ଚର୍ଚ୍ଚା ତାଙ୍କ କିମ୍ବା ତାଙ୍କ ଦଳର ପ୍ରଦର୍ଶନକୁ ନେଇ ନୁହେଁ, ନିଜ ବେଶଭୂଷା ପାଇଁ ଟ୍ରୋଲ ହେବାରେ ଲାଗିଛନ୍ତି ବେନ ଷ୍ଟୋକ୍ସ । ଇଂଲଣ୍ଡ ଟିମର ଡ୍ରେସିଙ୍ଗ ରୁମରେ ତାଙ୍କୁ କେବଳ ଅଣ୍ଡୱିୟର ପିନ୍ଧି ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହିତ ତାଙ୍କର ବ୍ୟାଗ ଆଉ ଏକ ପୋଷ୍ଟ ବି ଇଣ୍ଟରନେଟରେ ଟ୍ରେଣ୍ଡ ପାଲଟି ଯାଇଛି ।

ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ବେନ ଷ୍ଟୋକ୍ସ ନିଜ ଅଫିସିଆଲ ଟ୍ୱିଟର ପେଜରେ ତାଙ୍କ ବ୍ୟାଗ ଚୋରି ହୋଇଯିବା ନେଇ ଏକ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି ଯେ, କିଙ୍ଗସ କ୍ରସ ଟ୍ରେନରୁ ଯିଏ ବି ମୋ ବ୍ୟାଗ ଚୋରି କରିଛନ୍ତି, ଆଶା କରୁଛି ବ୍ୟକ୍ତିକୁ ମୋ ପୋଷାକ ବଡ ହେଉଥିବ । ତେବେ ଏହାପରେ ତନୟ ନାମକ ଜଣେ ୟୁଜର ବେନ ଷ୍ଟେକ୍ସଙ୍କୁ ଟ୍ୟାଗ କରି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଇଂଲଣ୍ଡ ଅଧିନାୟକଙ୍କୁ ମେହେନ୍ଦି ରଙ୍ଗର ଏକ ଅଣ୍ଡରୱିୟର ପିନ୍ଧିଥିବାର ଦେଖାଯାଇଛି । ତେବେ ଏହି ଫଟୋ ଇଂଲଣ୍ଡର ଡ୍ରେସିଙ୍ଗ ବୋଲି ଜାଣିବାକୁ ମିଳିଛି । ଦଳର ଖେଳାଳିମାନେ ଡ୍ରେସିଙ୍ଗ ରୁମରୁ ତାଳି ମାରୁଥିବା ବେଳେ ପୂର୍ବତନ ଅଧିନାୟକ ଜୋ ରୁଟଙ୍କ ସହିତ ବେନ ଷ୍ଟୋକ୍ସଙ୍କୁ ଦେଖାଯାଇଛି । ତେବେ ଷ୍ଟୋକ୍ସ ପ୍ୟାଣ୍ଟ ବଦଳରେ କେବଳ ଗୋଟିଏ ଅଣ୍ଡରୱିୟର ପିନ୍ଧିଥିବାର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ben stokes, all rounder ben stokes, ben stokes bag stolen, ben stokes under wear, ben stokes viral pics under wear, ben stokes under wear viral photo, ben stokes bag stolen, ben stokes viral photo, बेन स्टोक्स, ऑलराउंडर बेन स्टोक्स

ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟରେ ଏହି ଅଲରାଉଣ୍ଡର ଚେନ୍ନାଇ ସୁପର କିଙ୍ଗସ ଦଳ ତରଫରୁ ଖେଳୁଥିବାର ନଜର ଆସିବେ । ନିଲାମୀରେ ବେନ ଷ୍ଟୋକ୍ସଙ୍କୁ ୧୬.୨୫କୋଟିରେ ଦଳରେ ସାମିଲ କରିଛି ୟେଲୋ ଆର୍ମି । ଏହାସହିତ ଧୋନୀଙ୍କ ପରେ ଷ୍ଟୋକ୍ସ ଏହି ଦଳର ନେତୃତ୍ୱ ନେଇପାରନ୍ତି ।

Get real time updates directly on you device, subscribe now.