fbpx

ସପୁରୀର ୭ଟି ସ୍ୱାସ୍ଥ୍ୟ ଉପକାରିତା: ମଣିଷ ଶରୀରକୁ ଦେଇଥାଏ ଏହିସବୁ ଫାଇଦା

ଓଡିଶା ଭାସ୍କର: ଆମର ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ଗୁରୁତ୍ୱ ବେଶ ଅଧିକ ରହିଛି । ଏଥି ମଧ୍ୟରୁ ସପୁରୀର ଖାଇବା ଦ୍ୱାରା ଆମକୁ ଅନେକ ଲାଭ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରର ୭ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ହୋଇଥାଏ । ସପୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ, ଚର୍ମର ଉଜ୍ଜ୍ୱଳତା ବଢିଥାଏ, ଖାଦ୍ୟ ଠିକ ଭାବରେ ହଜମ କରିବା ସହ ଶରୀରକୁ ସତେଜ ରଖିଥାଏ ।

ହାଡ ମଜଭୁତ ରଖେ- ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ଦ୍ୱାରା ମାଙ୍ଗାନିଜ, ଜିଙ୍କ୍ ,କପର ଏବଂ କ୍ୟାଲସିୟମରେ ଭରପୁର ରହିଥିବା ପୋଷକତତ୍ତ୍ୱ ଆପଣଙ୍କର ଶରୀରରେ ଅଭାବକୁ ଦୂର କରିବା ସହ ହାଡକୁ ସୁସ୍ଥ ରଖିଥାଏ ।

ଚର୍ମର ସୁରକ୍ଷା- ଏଥିରେ ଥିବା ଭିଟାମିନ-ସି, ଆଣ୍ଟି-ଅକ୍ସିଡେଣ୍ଟ ଚର୍ମକୁ ଭିତରୁ ସୁରକ୍ଷା ଯୋଗାଇଥାଏ । ସୂର୍ଯ୍ୟକିରଣରେ ଖରାପ ହେଉଥିବା ସ୍କିନକୁ ପୁନଶ୍ଚ ସତେଜ କରିଥାଏ ଓ ଚର୍ମକୁ ଚିକ୍କଣ ରଖିବା ସହ ହାଇଡ୍ରେଟ୍ କରିଥାଏ ।

ଆଖିକୁ ସୁସ୍ଥ ରଖେ- ସପୁରୀରେ ଭରପୁର ଭିଟାମିନ୍-ସି ଥିବାରୁ ଏହା ଛୋଟ ଠାରୁ ବୟସ୍କ ଲୋକମାନଙ୍କ ପର୍ଯ୍ୟନ୍ତ ଆଖିକୁ ଠିକ୍ ରଖେ ଯାହା ଜଣେ ଦାର୍ଘ ଦିନ ପର୍ଯ୍ୟନ୍ତ ଦେଖିବାରେ ସକ୍ଷମ ହୋଇଥାଏ ।

କେଶ ପାଇଁ ଲାଭଦାୟକ- ଏଥିରେ ଥିବା ପୋଷଣ କେଶର ବଢିବା ସହିତ ଘନତା ବୃଦ୍ଧି ହେବାରେ ସହାୟକ ହୋଇଥାଏ । ମୂଳରୁ ଉପୁଡି ଯାଉଥିବା କେଶକୁ ରକ୍ଷା କରିଥାଏ ।

ରକ୍ତ ଜମାଟ ବାନ୍ଧିବା ହ୍ରାସ କରେ – ଏଥିରେ ଥିବା ବ୍ରୋମେଲିନ୍ ରକ୍ତ ଜମାଟ ବାନ୍ଧିବାର ଆଶଙ୍କାକୁ ଦୂର କରିଥାଏ । ଯେଉଁ ମାନଙ୍କର ଶରୀରରେ ଏପରି ଦେଖାଯାଏ । ସେମାନ ପ୍ରତ୍ୟେକ ଦିନ ସପୁରୀ ଖାଇବା ଆବଶ୍ୟକ ରହିଛି ।

ପ୍ରାକୃତିକ ଶକ୍ତି ସଞ୍ଚାର- ଏହା ପ୍ରାକୃତିକ ଶକ୍ତି ଯୋଗାଇବା ସହ ଥକାପଣକୁ ଦୂର କରିବା , ମାଂସଫେଶୀକୁ ମଜଭୁତ କରିବା ଏବଂ ଦିନସାରା ଶରୀରକୁ ହାଇଡ୍ରେଟ ରଖିଥାଏ ।

ହଜମ ପକ୍ରିୟାରେ ସାହାଯ୍ୟ – ଏଥିରେ ଥିବା ଭିଟାମିନ୍- ସି, ଡାଏଟାରୀ ଫାଇବର, ବ୍ରୋମେଲାଇନ୍ ହଜମ ପକ୍ରିୟାକୁ ସାହାଯ୍ୟ କରିଥାଏ । ଏଥି ସହ ପେଟର ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

 

Get real time updates directly on you device, subscribe now.