fbpx

୬୩ ବର୍ଷୀୟ ପିତାଙ୍କ ଉପରେ କିଛି ସେକେଣ୍ଡରେ ୨୦-୨୫ ମୁଥା ମାରିଲା ପୁଅ, ଯନ୍ତ୍ରଣାଦାୟକ ମୃତ୍ୟୁ: ଭିଡିଓ ଦେଖି ଲୋମ ଟାଙ୍କୁରୀ ଯିବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ସୋଫାରେ ବସିଥିବା ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଗୋଟିଏ ପରେ ଗୋଟିଏ ମୁଥା ମାରୁଛନ୍ତି । ଏହି ଭିଡିଓ ଲୋକଙ୍କୁ ଭିତରୁ ଥରାଇ ଦେଇଛି ଏବଂ ଲୋକମାନେ ପଚାରୁଛନ୍ତି କି ପୁଅ ନିଜ ପିତାଙ୍କ ସହିତ ଏପରି ବ୍ୟବହାର କରିପାରିବ କି?

ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହି ସିସିଟିଭି ଫୁଟେଜ ତାମିଲନାଡୁର ପେରାମବାଲୁରରୁ ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କ ନାମ ସାନ୍ତୋଶ, ଯାହାର ବୟସ ୪୦ ବର୍ଷ । ଗଣମାଧ୍ୟମ ସୂତ୍ର ଅନୁଯାୟୀ, ସମ୍ପତ୍ତି ବିବାଦ ହେତୁ ସନ୍ତୋଶ ତାଙ୍କର ୬୩ ବର୍ଷୀୟ ବ୍ୟବସାୟୀ ପିତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ । ଏହି ଘଟଣାର କିଛି ଦିନ ପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ସିସିଟିଭି ଫୁଟେଜ ପଦାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏହି ସିସିଟିଭି ଫୁଟେଜ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ଦାବି କରୁଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଜଣାପଡୁଛି ଯେ, ଜଣେ ବୃଦ୍ଧ ସୋଫାରେ ବସିଛନ୍ତି ଏବଂ ହଠାତ୍ ତାଙ୍କ ପୁଅ ଆସି କିଛି ନ କହି ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ସେ ଏତେ ଦ୍ରୁତ ଗତିରେ ମୁଥା ମାରନ୍ତି ଯେ ମାତ୍ର ୧୫ ସେକେଣ୍ଡରେ ୨୦ ରୁ ୨୫ ମୁକ୍କା ମାରିଥିଲେ । ଏହା ପରେ ଯେତେବେଳେ ତାଙ୍କ ହାତ ଥକ୍କିଯାଇଥିଲା, ସେତେବେଳେ ସେ ତାଙ୍କ ପିତାଙ୍କୁ ମୁହଁରେ ମଧ୍ୟ ବାଡେଇଥିଲେ । ଯେତେବେଳେ ସେ ଏଥିରେ ସନ୍ତୁଷ୍ଟ ନହେଲେ, ସେତେବେଳେ ସେ କିଛି ସେକେଣ୍ଡ ଅପେକ୍ଷା କରି ପୁନର୍ବାର ମାରିବାକୁ ଆଗକୁ ବଢ଼ିଥିଲେ, କିନ୍ତୁ ଏତିକିବେଳେ ଅନ୍ୟଜଣେ ଆସି ତାଙ୍କୁ ଧରି ନେଇଯାଇଥିଲେ । ଅନ୍ୟ ପଟେ ଦେଖାଯାଉଛି ଯେ ବୃଦ୍ଧଙ୍କ ନିକଟକୁ କେହି ଆସିନଥିଲେ ଏବଂ ବୃଦ୍ଧ ଜଣକ ବେଦମ୍ ହୋଇ ସୋଫାରେ ଟଳିପଡ଼ିଥିଲେ । ଏହି ଘଟଣାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.