fbpx

(Video) ଫିକା ପଡ଼ିବ ପୂଜା Melody Stage: ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଏଣିକି ଦୁର୍ଗାପୂଜା ହେଉ କି କାଳୀ ପୂଜା, ଫିକା ପଡ଼ିବ ମେଲୋଡି ନାଇଟ୍ । ଷ୍ଟାର ସିଙ୍ଗରଙ୍କୁ ବିନା ହେବ ମେଲୋଡି ପ୍ରୋଗ୍ରାମ । ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର । କେବଳ ମେଲୋଡି ପାର୍ଟିରେ ଥିବା ସିଙ୍ଗରମାନଙ୍କ ସହ କାର୍ଯ୍ୟକ୍ରମ କରିବେ ଅନୁଷ୍ଠାନ । ଏ ନେଇ ଓଡିଶା ମେଲୋଡି ଆସୋସିଏସନ । ଏଥର ମେଲୋଡି ପ୍ରୋଗ୍ରାମ କରିବା ପାଇଁ ବି ପ୍ଲେ-ବ୍ୟାକ ସିଙ୍ଗରଙ୍କୁ ସୁଯୋଗ ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଉ ପୂଜାରେ ମେଲୋଡି ଷ୍ଟେଜ ରେ ହେଇ ନ ପରେ ହଙ୍ଗାମା । ଦର୍ଶକଙ୍କ ମନ ବୁଝି ଆଉ ପ୍ଲେ ବ୍ୟାକ ସିଙ୍ଗର ଗାଇବେନି ଗୀତ । ମିଳିବନି ସୁଯୋଗ ପ୍ଲେ ବ୍ୟାକ ସିଙ୍ଗର ମାନଙ୍କୁ ଜ୍ଝ ଏମିତି କିଛି ଐତିହାସିକ ନିଷ୍ପତି ନେଇଛି ଓଡିଶା ମେଲୋଡି ଆସୋସିଏସନ । ଯଦି ସେମାନେ ଏହି ସଂସ୍ଥା ସହ ଅନୁବନ୍ଧିତ ତେବେ ସେମାନଙ୍କ ପାଇଁ କୌଣସି କଟକଣା ନାହିଁ ।

ଓଡ଼ିଶା ସଙ୍ଗୀତ ଜଗତର କୌଣସି ପ୍ଲେ ବ୍ୟାକ ଗାୟକ ମାନଙ୍କୁ ମେଲୋଡି ମଞ୍ଚରେ ସାମିଲ ନକରିବା ପାଇଁ ନିଷ୍ପତ୍ତି ନେଲା ଓଡ଼ିଶା ମେଲୋଡି ଆସୋସିଏସନ୍। ଆସନ୍ତା ମେ ମାସ ୧୦ ତାରିଖ ଅର୍ଥାତ୍ ଅକ୍ଷୟ ତୃତୀୟା ଠାରୁ ପ୍ଲେ ବ୍ୟାକ୍ ଗାୟକ ସଂଘରେ ସାମିଲ ଥାଇ ଅସ୍ଥାୟୀ ଭାବେ କାର୍ୟ୍ୟ କରୁଥିବା ଗାୟକ ମାନଙ୍କ ସହ ପଞ୍ଜୀକୃତ କୌଣସି ମେଲୋଡି ପାର୍ଟି ସଙ୍ଗୀତ ପରିବେଷଣ କରିବେ ନାହିଁ। ପୂର୍ବରୁ ମେଲୋଡି ସଂସ୍ଥା ସହ ଜଡ଼ିତ ହୋଇ ସଙ୍ଗୀତ ପରିବେଷଣ କରୁଥିବା ବିଭିନ୍ନ ପ୍ଲେ ଵ୍ୟାକ୍ ସିଙ୍ଗର ମାନେ ନିଜସ୍ୱ ମନମାନି ତଥା କାର୍ୟ୍ୟକ୍ରମ ରେ ଶୃଙ୍ଗଳା ଭାଙ୍ଗୁଥିବା ଅଭିଯୋଗ କରିଛି ସଂଘ। ବିଭିନ୍ନ ପୂଜା କମିଟି ଓ ସାହି କମିଟି ମଞ୍ଚ ରେ ମେଲୋଡି ସଂଘକୁ ସହଯୋଗ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି ମେଲୋଡି ସଂଘର ରାଜ୍ୟ ସଭାପତି ନିଲୁ ମହାନ୍ତି।

Get real time updates directly on you device, subscribe now.